ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଲାଠୋର ଅଞ୍ଚଳରେ ଶୋକାକୁଳ ପରିବେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ପୂର୍ବତନ ସରପଞ୍ଚ ହରେକୃଷ୍ଣ ଭଇଁସାଲ(୭୯)ଙ୍କ ବୁଧବାର ତାଙ୍କ ବାସ ଭବନରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନରୁ କିଡ଼ନି ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ମୃତ୍ୟୁ ସମୟରେ ତାଙ୍କ ସହ ଧର୍ମିନି ଭାନୁମତୀ ପୁଅଝିଅ ଏବଂ ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଗ୍ରାମ ତଥା ଆଖପାଖ ଗ୍ରାମର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁଅ ସନ୍ତୋଷ ଭଇଁସାଲ ମୁଖାଗ୍ନି ଦେଇଥିଲେ । ଲାଠୋର ପଞ୍ଚାୟତ ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ଏକଦା ସେ ୩ଥର ଲାଠୋର ପଞ୍ଚାୟତ ସରପଞ୍ଚ ନିର୍ବାଚିତ ହୋଇଥିଲେ । ଥରେ ଖପ୍ରାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ରହିଥିଲେ । ୩ଥର ଲାଠୋର ସେବା ସମବାୟ ସମିତି ସଭାପତି ନିର୍ବାଚିତ ହୋଇଥିଲେ । ଦୀର୍ଘ ବର୍ଷ ଧରି ସେ ଝରିଆ ଯାଦବ ସମାଜ, ଦୁର୍ଗାପୂଜା କମିଟି, ଧନୁଯାତ୍ରା କମିଟି ସଭାପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପୁଅ ସନ୍ତୋଷ ଥରେ ଲାଠୋର ସରପଞ୍ଚ ରହିଛନ୍ତି । ବର୍ତ୍ତମାନ ତାଙ୍କର ନାତୁଣୀ ଜୟଶ୍ରୀ ଭଇଁସାଲ ସରପଞ୍ଚ ଅଛନ୍ତି । ହରେକୃଷ୍ଣ ଭଇଁସାଲଙ୍କ ଏହି ସବୁ ଅବଦାନ ପାଇଁ ସେ ଅଞ୍ଚଳବାସୀଙ୍କ ହୃଦୟରେ ରହିଥିବେ ବୋଲି ଲୋକେ କହିଛନ୍ତି ।

Leave A Reply

Your email address will not be published.