ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ : ୨ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଗତ ଅକ୍ଟୋବର ୧୬ ତାରିଖରେ ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ ପୋଲିସ । ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର ଡ଼ିଭିଆର୍‌ ଚୋରି କରି ନେଇଥିଲେ । ସେହି ଘଟଣାର ପର୍ଦ୍ଦାଫାସ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ୨ ଜଣ ଅଭିଯୁକ୍ତଙ୍କ ପାଖରୁ ୧୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର ଡ଼ିଭିଆର୍‌କୁ ଜବତ କରିଛନ୍ତି । ଦୁଇ ଅଭିଯୁକ୍ତ ହେଲେ ବୁଦ୍ରାବାଲସା ପ୍ରଥମ ଗଳିର ଏମ୍‌. ମହାଦେବ ସତୀଶ(୨୪) ଏବଂ ଅନ୍ୟଜଣ ଏସ୍‌. ରାମା କ୍ରିଷ୍ଣା(୨୭) । ୨ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ହେତୁ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ରଶ୍ମିରଞ୍ଜନ ସେନାପତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.