ଗୁଡଭେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବିଆର୍‌ସିସି କମ୍ ଏବିଇଓ ରମେଶ ସାମର୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏବିଇଓ ସୁରେନ୍ଦ୍ର ସୁନା ଓ ବିପିନ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କନ୍ୟା ଶିଶୁମାନେ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ବିଶାଳ ରାଲିରେ ବାହାରି ବସ୍ତି ପରିକ୍ରମା କରିଥିଲେ । ତତ୍‌ପରେ ଶିଶୁମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଓ ସ୍ଲୋଗାନ ଲେଖିବା ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଭୋଜନ ବିରତି ପରେ ଉଦ୍‌ଯାପନୀ ସଭା ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ସାମର୍ଥ, ସମ୍ମାନିତ ଅତିଥି ଶ୍ରୀ ସୁନା ଓ ଶ୍ରୀ ବାଗ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ସଭା ସଞ୍ଚାଳନ କରିଥିଲେ ଓ ଟଙ୍କଧର ସା ଧନ୍ୟବାଦ ଅର୍ପଣ କରିଥିଲେ । ଜଗମୋହନ ତ୍ରିପାଠୀ ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିଥିଲେ । ବିଚାରକ ଭାବେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ, ମନୋରଞ୍ଜନ ଭୋଇ, ସହକାରୀ ଶିକ୍ଷକ ସୋମେଶ ସାହୁ, ରଜନୀକାନ୍ତ ସେଠ, ସିଆର୍‌ସିସି ସୁଧାଂଶୁ ପୁଟା, ଷଢାନନ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Leave A Reply

Your email address will not be published.