csstore

ପ୍ରଜ୍ଞାନ ମିଶନ ତରଫରୁ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଆଜି ପ୍ରଜ୍ଞାନ ମିଶନ ତରଫରୁ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାର ପ୍ରଥମ ଚରଣରେ ଜୁନାଗଡ ବ୍ଲକ ଅନ୍ତର୍ଗତ କର୍ଚଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କର୍ଚଲା, ଗୌଡ ଛେଣ୍ଡିଆ, ହାବସପୁର, ଚିକିଲି ଆଦି ଗ୍ରାମର ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାରମ୍ଭିକ ସ୍ତରର ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଚଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭାରତ ଭୂଷଣ ମୁଣ୍ଡ, ହାବସପୁର ସରସ୍ଵତୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଉଦିତ ବେହେରା ସମସ୍ତ ବ୍ୟବସ୍ଥା ବୁଝିଥିବାବେଳେ ଅରୁଣ ଠାକୁର, ଦେବାଶିଷ ପଣ୍ଡା, ଯଶୋବନ୍ତ ବେହେରା, ସୁକାନ୍ତ ବାରିକ, ଆଦିତ୍ୟ ବେହେରା ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ତୁଳାଇଥିଲେ । ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ସିଂହ ଓ ସିମାଞ୍ଚଳ ନାଗ ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.