ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା : ପୁର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେଉଛି ଅଶାନ୍ତ । କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର । ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଦକ୍ଷିଣ ପୂର୍ବ ପାରାଦ୍ଵୀପରୁ ୫୬୦କିମି, ଦକ୍ଷିଣ ଦକ୍ଷିଣ ପୂର୍ବ ସାଗର ଦ୍ଵୀପରୁ ୬୩୦ କିମି ଏବଂ ଖେପପୁରାରୁ ୬୩୦ କିମି ଦୂରରେ ବାତ୍ୟା ଦାନା ଅଛି । । ତେବେ ଘଣ୍ଟା ପ୍ରତି ୧୮ କିମି ଗତିରେ ଆଗକୁ ବଢୁଛି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.