ହାପି ମୋମେଣ୍ଟର ୧୨୦ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟ ଇଣ୍ଡିଆ ନିଆରା ଢଙ୍ଗରେ ବାସନ୍ତୀ ସରୋବରରେ ୧୨୦ତମ ହାପି ବାର୍ଥଡେ ପର୍ବ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଟ୍ରଷ୍ଟି ଦିବାକର ଦାସଙ୍କ ତତ୍ତ୍ୱାବଧାନରେ ହୋଇଛି । ସର୍ବ ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ମାଲ ଗୋଦାମର କୁନି କୁନି ପିଲାମାନେ ଏଠାରେ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଦସ୍ୟ କଲ୍ୟାଣୀ ଦାସ, ମୋନାସି ଘୋଷ ପିଲାମାନଙ୍କୁ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଟ୍ରଷ୍ଟି ରଶ୍ମିତା ପଣ୍ଡା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ପଦ୍ମଜା ପଟନାୟକ, ସାଗର ମହାନ୍ତି, ରଜିନ୍ଦର ସିଂ, ସୀମରଜିତ କୋର, ସୀମା ପୋଲ, କୁମାର ବେହେରା, ନିତ୍ୟାନନ୍ଦ ବିଶ୍ୱାଳ, କୁଞ୍ଜ ରାଉତ, ଗ୍ରେସୀ ଡାଭିଡ, ସଞ୍ଜୟ ସାହୁ ଓ ସତ୍ୟନାରାୟଣ ତନ୍ତୀ ପ୍ରମୁଖ ଉପସ୍ଥିତ ରହି ଆଶ୍ରିବଚନ ମାଧ୍ୟମରେ ପିଲାମାନଙ୍କର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସସ୍ମିତା ପ୍ରଧାନ, ରଞ୍ଜନ ସାହୁ, ରାମ ଜେନା, ମାଧବୀ ଚୌଧୁରୀ, ଧନଞ୍ଜୟ ଚୌଧୁରୀ ସମସ୍ତେ ସହଯୋଗ କରିଥିଲେ । ପିଲାମାନେ କେକ୍‌ କାଟି ନାଚ ଗୀତ ସହ ଉପଭୋଗ କରିଥିଲେ ।

Leave A Reply

Your email address will not be published.