csstore

ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍‌ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଓଡିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛି । ଏଥିସହ କେନ୍ଦ୍ରଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବହୁରାଷ୍ଟ୍ରୀୟ ଓ ଭାରତୀୟ ଫାର୍ମାସ୍ୟୁଟିକାଲ ମେଡିଶିନ କମ୍ପାନୀରେ ସେଲ୍ସ ରିପ୍ରେଜେଣ୍ଟେଟିଭରମାନଙ୍କ ଛଟେଇ ହେଉଛି । ଫଳରେ ହଜାର ହଜାର କର୍ମଚାରୀ ଚାକିରି ହରାଉଛନ୍ତି । ଏଥିସହ ଲାଗୁ ହୋଇଥିବା ସେବା ସର୍ଭାବଳୀ ହଟାଇ ଡିଜିଟାଲ ନୂତନ କାର୍ଯ୍ୟ ନିୟମାବଳୀ ଲାଗୁ କରାଯାଇଛି । ଏହାଦ୍ୱାରା କମ୍ପାନୀଗୁଡିକର ପ୍ରତିନିଧୁମାନେ ସେଲ୍‌ସ ରିପ୍ରେଜେଣ୍ଟେଟିଭରମାନଙ୍କୁ ମନମୁଖ ଛଟେଇ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ସେବା ସର୍ଭ ଅଧୁନିୟମ ୧୯୭୬କୁ ଉଲଂଘନ କରୁଥିବା ନିୟୋକ୍ତାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ଏବଂ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ୟୁନିୟନର ଜିଲା ସମ୍ପାଦକ ଯଶୋବନ୍ତ ବେହେରା, ସଭାପତି ଜୟମିତ ଅଜମେରା, ଉପସଭାପତି ନିହାର ସାମନ୍ତରାୟ, ସମ୍ପାଦକ ଲଳିତ ସ୍ୱାଇଁ, ମିର୍ଦ୍ଦେଶ ସ୍ୱାଇଁଙ୍କ ସମେତ କୃଷ୍ଣଚନ୍ଦ୍ର ଛୋଟରାୟ, ମୁକେଶ ମିଶ୍ର, ମନୋରଞ୍ଜନ ମହାନ୍ତି ପ୍ରମୁଖ କର୍ମକରା ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.