ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୫ତମ ପୋଲିସ ସହିଦ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୫ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିବର୍ଷ ଦେଶ ମାତୃକାର ସେବାରେ ନିୟୋଜିତ ହୋଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଓ ତାଙ୍କୁ ସମ୍ମାନ ଦିଆଯାଇ ପ୍ୟାରେଡ ଅଭିବାଦନ କାର୍ଯ୍ୟକ୍ରମ କରାଯାଏ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଏସ୍‌ପି ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ ପୂର୍ବରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ ଏବଂ ସମାଜରେ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ସହିଦ ହୋଇଥିବା ୨୧୬ଜଣ ପୋଲିସ କର୍ମଚାରୀଙ୍କ ନାମ ମଧ୍ୟ କହିଥିଲେ । ପ୍ୟାରେଡ ଅଭିବାଦନ ସହ ସହିଦ ସ୍ମୃତି ପ୍ରତୀକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ୍, ଅତିରିକ୍ତ ଏସ୍‌ପି, ସମସ୍ତ ଏସ୍‌ଡିପିଓ, ଆଇଆଇସି ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.