ଡିସୌଜା ସ୍କୁଲର ଛାତ୍ରୀ ଅର୍ପିତା ବର୍ମାଙ୍କୁ ବ୍ୟାଡମିଣ୍ଟନରେ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିଅମ ଠାରେ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୫ ବର୍ଷରୁ କମ୍‌ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯାହା କି ଅକ୍ଟୋବର ୯ ଓ ୧୦ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଡିସୌଜା ସ୍କୁଲର ଛାତ୍ରୀ ଅର୍ପିତା ବର୍ମା ନିଜର କୌଶଳ ଓ ପରିଶ୍ରମ ଦ୍ୱାରା ଫାଇନାଲକୁ ପହଞ୍ଚି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ବିଦ୍ୟାଳୟ ପାଇଁ ଖୁସି ଆଣିଦେଇଛି । ବିଦ୍ୟାଳୟ ତରଫରୁ ତାଙ୍କୁ ଭବିଷ୍ୟତରେ ଜଣେ ଭଲ ଖେଳାଳୀ ହେବା ପାଇଁ ପ୍ରୋତ୍ସାହିତ କରାଯାଇଛି ।

Leave A Reply

Your email address will not be published.