ଡିସେମ୍ବର ୨୧ ଓ ୨୨ରେ ପିପି ଏକାଡେମୀର ହୀରକ ଜୟନ୍ତୀ ପାଳନ ପାଇଁ ବିଭିନ୍ନ କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ୨୧ ଓ ୨୨ ତାରିଖରେ ପିପି ଏକାଡେମୀର ହୀରକ ଜୟନ୍ତୀ ପାଳନ କରିବ ପତିତପାବନ ଏକାଡେମୀ ବଲାଙ୍ଗିର ସହର ତଥା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ନା କରିଛି । ଏହି ବିଦ୍ୟାଳୟରେ ପାଠ ପଢି ଅନେକ ଛାତ୍ର ଆଜି ରାଜ୍ୟ, ଦେଶ ତଥା ଦେଶ ବାହାରେ ସମ୍ମାନ ଜନକ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି । ତେଣୁକରି ପୁରାତନ ଛାତ୍ର ମାନଙ୍କ ନେତୃତ୍ୱରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ହେବ । ଆଜି ସନ୍ଧ୍ୟାରେ ପିପି ଏକାଡେମୀର ସମ୍ମିଳନୀ କକ୍ଷରେ ପୁରାତନ ଛାତ୍ରମାନଙ୍କୁ ନେଇ ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ଶଶୀଭୂଷଣ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପରିଚାଳନା କମିଟି ଗଠନ କରାଯାଇଥିଲା । ଅର୍ଥ କମିଟି, ଖାଦ୍ୟ କମିଟି, ସ୍ମରଣିକା କମିଟି, ସାଂସ୍କୃତିକ କମିଟି, ପ୍ରଚାର ପ୍ରସାର କମିଟି, ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ଏହି କମିଟିର ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଆସନ୍ତା ଡ଼ିସେମ୍ବର ମାସ ୨୧ ଓ ୨୨ ତାରିଖ ଦିନ ହୀରକ ଜୟନ୍ତୀ ପାଳନ ହେବ । ତଦନୁଯାୟୀ କମିଟିର କର୍ତ୍ତୃପକ୍ଷ ତଥା କର୍ମକର୍ତ୍ତା ମାନଙ୍କୁ ନେଇ କାମ କରିବାକୁ କୁହାଯାଇଥିଲା । ସଭା ଶେଷରେ ସମ୍ପାଦକ ସୟିଦ ଅଫତାବ ହୁସେନ ଧନ୍ୟବାଦ୍ ଦେଇଥିଲେ । ସଭାରେ ଉପସଭାପତି ହେମନ୍ତ ପଣ୍ଡା, କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ଜିହ୍ମ ସମ୍ପାଦକ ପ୍ରଦୀପ ସାହୁ, ବିନୋଦ କାଲସାଏ, ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ପୁରାତନ ଛାତ୍ରମାନେ ଏ ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.