ବଲାଙ୍ଗିର ନାଳଖଣ୍ଡିପଡାରେ ୫୨ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମଧ୍ୟ ଭାଗରେ ରହିଥିବା ନାଳଖଣ୍ଡିପଡା ଠାରେ ଧୁମ୍‌ଧାମ୍‌ରେ ୫୨ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ପଡାର ଶତାଧିକ ମହିଳା ଭକ୍ତମାନଙ୍କ ଓ ପୂଜା କମିଟିର କର୍ମକର୍ତ୍ତାଙ୍କ ଗହଣରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାନୀୟ ମହାରାଣୀସାଗର ଠାରୁ କଳସରେ ପାଣି ଆଣି ନିଆରା ଢଙ୍ଗରେ କଳସ ଯାତ୍ରା କରାଯାଇ ଲଗ୍ନ ଅନୁଯାୟୀ ପୂଜକଙ୍କ ଦ୍ୱାରା ମା’ଙ୍କ ପୂଜା ଆରମ୍ଭ ହୋଇଛି । ଏଥର କର୍ତ୍ତା ଭାବରେ କଲ୍ୟାଣ ସାହାଣୀ ଓ ତାଙ୍କ ଧର୍ମପତ୍ନୀ ରୋଜାଲିନ ସାହାଣୀ ମାଁଙ୍କ ସେବାର ସୁଯୋଗ ପାଇଛନ୍ତି । ପ୍ରତ୍ୟେହ ଦିନ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଓ ଆଳତୀ କାର୍ଯ୍ୟକ୍ରମ ରହିଥିବା ପୂଜା କମିଟି ଠାରୁ ପ୍ରକାଶ । ଏହା ବ୍ୟତିତ ପ୍ରତ୍ୟେକ ଦିନ ୭ ଦିନ ଧରି ସନ୍ଧ୍ୟା ସମୟରେ ମା’ଙ୍କ ଅନ୍ନପ୍ରସାଦ ଭକ୍ତମାନଙ୍କ ସକାଶେ ଆୟୋଜନ କରାଯାଇଥିବା ଜଣାଯାଏ । ପୂଜା କମିଟିର ସଭାପତି ଲଳିତ ପଣ୍ଡାଙ୍କ ସମେତ ସୁଭସ୍ମିତା ପଣ୍ଡା, ଦିଲ୍ଲୀପ ଶତପଥି, ସୁଜାତା, ଗଜାନନ, ପଂଚା, ଗଙ୍ଗା, ବଣ୍ଟି, ଲକ୍ଷ୍ମୀକାନ୍ତ, ପ୍ରାଚୀ, ହରିପ୍ରିୟା, ପୁଷ୍ପାଞ୍ଜଳି, ପଲ୍ଲବିନୀ ଓ ବାବୁ ପୂଜାରୀଙ୍କ ସମେତ ଅନେକ କମିଟିର ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.