jsm

କୁଡ଼ାସିଂହାରେ ଗଜଲକ୍ଷ୍ମୀ ପୂଜାରମ୍ଭ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହାରେ ୮ତମ ଗଜଲକ୍ଷ୍ମୀ ପୂଜା ହୋଇଯାଇଛି । ଏହି ପୂଜାରେ ମୁଖ୍ୟକର୍ତ୍ତା ଭାବେ ଧନୁ ପଟେଲ, ଘର ପଟେଲ ଏବଂ ପୂଜକ ଭାବେ ପ୍ରଦ୍ୟୁମ୍ନ ନାୟକ ଦାୟିତ୍ଵ ତୁଲାଉଛନ୍ତି । ଆଜି ଗାୟିକା ବର୍ଷା ରାଣୀ ତ୍ରିପାଠୀଙ୍କ ଦ୍ଵାରା ପାରାୟଣ ହେବାକୁ ଥିବା ବେଳେ ଶୁକ୍ରବାର ଦିନ ଦଣ୍ଡ ନୃତ୍ୟ ଏବଂ ଶନିବାର ଭସାଣି ହେବାକୁ ରହିଥିବା ନେଇ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ରାକେଶ ସାହୁ, ସମ୍ପାଦକ ଶତ୍ରୁଘ୍ନ ପଟେଲ, ସଦସ୍ୟମାନଙ୍କ ମଧ୍ୟରେ ସୁମନ୍ତ, ଅମିତ, ପପୁ, ରାଜା, ସୁଜ୍ଞାନ, ସ୍ଵଧୀନ, ପହିଲ, ସାଗର, ମୀନକେତନ, ଭକ୍ତ ସଞ୍ଜୟ, ଶରତ, ନରେନ୍ଦ୍ର, ତରୁଣ, ରାଜା, ପପୁ, ରବୀନ୍ଦ୍ର, ସମ୍ପଦ, ଟୁନୁ, ଟୁଲେଶ, ମନୋଜ, ସୁନିଲ, ଶୁଭମ୍, ସିନ୍ତୁ, ସିବୁ, ଭକ୍ତ, ପିତାମ୍ବର, ସୀମିତ, ରାଜା, ଜାଗା, ବିଜୟ, ଲିପୁନ ପ୍ରମୁଖ ପୂଜାର୍ଚ୍ଚନା ଏବଂ ଇତ୍ୟାଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

yuvodaya
Leave A Reply

Your email address will not be published.