ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ ବିଦ୍ୟୁତ ଗ୍ରିଡ ନ ଥିବାରୁ ବାରମ୍ବାର ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଚଳିତ ନିର୍ବାଚନ ରଣାଙ୍ଗନରେ ପ୍ରଥମ ଥର ବିଜେପି ବିଧାୟକ ଭାବେ ନବୀନ ଜୈନ ବିଜୟୀ ହୋଇ ବିଧାୟକ ହେଲେ । ବିଧାୟକ ହେବା ଦିନଠାରୁ ସହରର ବିଭିନ୍ନ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । କିଛି ମାସ ପୂର୍ବେ ଟିଟିଲାଗଡ଼ରେ ବିଦ୍ୟୁତ ଗ୍ରିଡ୍ ସ୍ଥାପନ କରିବା ନେଇ ଏକ ଦାବିପତ୍ର ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ବୈଠକରେ ଟିଟିଲାଗଡ ଠାରେ ୧୩୨/୩୩ କେଭି ଗ୍ରିଡ ସବଷ୍ଟେସନ ନିର୍ମାଣ କରିବା ପାଇଁ ଅନୁମତି ମିଳିଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ବୈଠକରେ ଗ୍ରିଡ ନିର୍ମାଣ ପାଇଁ ଜମି ଚୟନ ଏବଂ ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ଆଗାମୀ ୨ ବର୍ଷ ମଧ୍ୟରେ ଗ୍ରିଡ୍ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଧ୍ୟ ଉପସ୍ଥିତ ଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ ଗ୍ରହଣ କରିଥିବାରୁ ବିଧାୟକ ଶ୍ରୀ ଜୈନ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଏବଂ ଶକ୍ତି ମନ୍ତ୍ରୀଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.