ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି ବିଜ୍ଞାନ ଶିକ୍ଷୟତ୍ରୀ ନିବେଦିତା ମେହେର

ନୂଆପଡ଼ା, (ଅଜିତ ବେହେରା) : ପ୍ରକାଶ ପାଇଲା NTA ଦ୍ଵାରା ସଂଗଠିତ CSIR – UGC NET – ୨୦୨୪ ପରୀକ୍ଷା ଫଳ । ଉକ୍ତ ପରୀକ୍ଷାଟି ଗତ ଜୁଲାଇ ମାସ ତା – ୨୫, ୨୬ ଓ ୨୭ ରିଖ ୨୦୨୪ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡ଼ା ଜିଲ୍ଲା ସରକାରୀ ଉଚ୍ଛ ବିଦ୍ୟାଳୟ ଡ଼ୁମେରପାଣିର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ମେହେର (ରୋଲ ନଂ – OR – ୦୪୦୩୨୮୮୦) ୯୪.୦୯୮୯୬୬୫ ପର୍‌ସେନଟାଇଲ୍‌ ସ୍କୋର ଅଧିକାର କରି ସର୍ବ ଭାରତ ସ୍ତରରେ ୮୩ ର‍୍ୟାଙ୍କ ଅଧିକାର କରି ଆସିଷ୍ଟାଣ୍ଟ ପ୍ରୋଫେସର ତଥା ପି.ଏଚ୍‌ଡିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କର ଏପରି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା ଗୌରବ ଅନୁଭବ କରିବା ସହ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.