oom

୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡକପ ଚାମ୍ପିୟନସିପ୍‌ର ଆୟୋଜକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ପ୍ୟାରିସ ଅଲମ୍ପିକରେ ଭାରତ ୩ଟି ବ୍ରୋଞ୍ଜ ମେଡାଲ ଜିଣି ରେକର୍ଡ କରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିବାରୁ ଆଗାମୀ ୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡ ଚାମ୍ପିୟନସିପ୍‌ ଆୟୋଜନ କରିବ ବୋଲି ଏନଆର୍‌ଏଆଇର ସଭାପତି କଳିକେଶ ନାରାୟଣ ସିଂହଦେଓ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଚାଲିଥିବା ୱାର୍ଲ୍ଡକପ ଫାଇନାଲ ଚାଲିଥିବା ବେଳେ ଇଣ୍ଟରନ୍ୟାସନାଲ ସୁଟିଂ ସ୍ପୋର୍ଟସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌)ର ସଭାପତି ଲୁଇସିନୋ ରୋସି ଯୋଗଦେଇ ଭାରତ ଆଗାମୀ ଜୁନିୟର ୱାର୍ଲ୍ଡକପ ସୁଟିଂ ଚାମ୍ପିୟନ ସିପ୍‌ ଆୟୋଜନ କରିବାକୁ ଯୋଗ୍ୟ ହୋଇଛି ବୋଲି ଘୋଷଣା କରିଥିଲେ । ଦିଲ୍ଲୀର ତୁଗଲକାବାଦ ଡ.କର୍ଣ୍ଣି ସିଂ ରେଞ୍ଜରେ ଆୟୋଜନ ହେଉଥିବା ୱାର୍ଲ୍ଡକପ ଚାମ୍ପିୟନ ସିପ୍‌ ନ୍ୟାସନାଲ ରାଇଫଲ ଏସୋସିଏସନ ଅଫ ଇଣ୍ଡିଆ(ଏନଆର୍‌ଏଆଇ) ପକ୍ଷରୁ ଆୟୋଜନ ହେଉଥିବା ବେଳେ ଏହାର ସଭାପତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଚାଲିଛି । ସୁଟିଂରେ ପ୍ୟାରିସ ଅଲମ୍ପିକରେ ସଫଳତା ତଥା ଗତ ସପ୍ତାହରେ ପେରୁରେ ଆୟୋଜିତ ଜୁନିୟର ୱାର୍ଲ୍ଡକପ ଚାମ୍ପିୟନ ସିପ୍‌ରେ ଭାରତୀୟ ଖେଳାଳୀଙ୍କ ଉତ୍କର୍ଷତା ପରେ ଭାରତ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେଥିପାଇଁ ଆସନ୍ତା ୨୦୨୫ରେ ଜୁନିୟର ୱାର୍ଲ୍ଡକପ ସୁଟିଂ ଚାମ୍ପିୟନସିପ୍‌ ପାଇଁ ଯୋଗ୍ୟତା ହାସଲ କରିବା ସହ ୨୦୨୬-୨୭ରେ କୋଟା କପ ମଧ୍ୟ ଆୟୋଜନ କରିବାକୁ ଯାଉଛି ବୋଲି କଳିକେଶ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.