jsm

ଅଲ୍‌ ଓଡ଼ିଶା ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍‌ ସିପ୍‌ରେ ବଲାଙ୍ଗିରର ଦିବ୍ୟମ୍‌ଙ୍କ କମାଲ୍‌

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡ଼ିଶା ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍‌ ସିପ୍‌ରେ ବଲାଙ୍ଗିର ମାଟିର ପୁଅ ଦିବ୍ୟମ୍‌ କେଜ୍ରିୱାଲ କମାଲ କରିବା ସହ ଚାମ୍ପିୟନ୍‌ ହୋଇଛନ୍ତି । ଦିବ୍ୟମ୍‌ ବଲାଙ୍ଗିର କଂସାରୀପଡ଼ା ନିବାସୀ ଆଦିତ୍ୟ କେଜ୍ରିୱାଲ ଓ ଶ୍ରୀମତୀ ଶୀତଲ କେଜ୍ରିିୱାଲଙ୍କ ବଡ଼ ପୁଅ ହୋଇଥିବା ବେଳେ ତାଙ୍କ ସଫଳତାକୁ ନେଇ ସାରା ବଲାଙ୍ଗିର ମାଟି ଏବେ ଗର୍ବିତ ଅଛି । ଭୁବେଶ୍ୱର ସ୍ଥିତ ମଲ୍‌ଟି ପର୍‌ପୋଚ୍‌ ବ୍ୟାଡ଼ମିଣ୍ଟନ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଅଲ୍‌ ଓଡ଼ିଶା ବ୍ୟାଡ଼୍‌ମିଣ୍ଟନ ଚାମ୍ପିୟନ୍‌ ସିପ୍‌ରେ ଦିବ୍ୟମ୍‌ ଅଣ୍ଟର ୧୯ ସିଙ୍ଗଲ୍‌ରେ ବାଲେଶ୍ୱର ଜ୍ୟୋତିସୂର୍ଯ୍ୟ ପରମନିକ୍‌କୁ ହରାଇ ବିଜୟୀ ହୋଇଥିବା ବେଳେ ଅଣ୍ଡର ୧୯ ଡ଼ବଲସ୍‌ରେ ପାର୍ଟନର୍‌ ବାପୁନ ରାଉତଙ୍କ ସହ ମିଶି ମୟୂରଭଞ୍ଜର ସ୍ରିୟାନ୍ସ ଜେନା ଓ ଢେଙ୍କାନାଲର ସୁଭ୍ରକେତନ୍‌ ମଲ୍ଲିକଙ୍କୁ ହରାଇ ଦିବ୍ୟମ୍‌ ଓ ବାପୁନ ଚାମ୍ପିୟନ ହୋଇଛନ୍ତି । ଦିବ୍ୟମ୍‌ଙ୍କ ଏହି ସଫଳଙ୍କୁ ନେଇ ତାଙ୍କ ଶୁଭେଚ୍ଛୁମାନେ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.