ଦଶମତୀ ଯୁବଗୋଷ୍ଠୀ ପକ୍ଷରୁ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ଦଶମତୀ ଯୁବଗୋଷ୍ଠୀ ଓ ସାଂସ୍କୃତିକ କଳାପରିଷଦ ପକ୍ଷରୁ ରବିବାର ଆଗଲପୁର ବ୍ଲକ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନ ବିଶାରଦ ଜୟରାମ ମିଶ୍ର ମୁଖ୍ୟ ଅତିଥି ଓ ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଓ ସନାତନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ହୋଇଥିଲେ ଓ ମଦ ବିରୋଧରେ ଏକ ସୁନ୍ଦର ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଗ୍ରାମ୍ୟ ସଭାପତି ନୀଳମଣି ପଧାନ, ବେଣୁଧର ନାଏକ, ରାଜକୁମାର ସାହୁ, ରାଧେଶ୍ୟାମ ସାହୁ, ବୃଷଭ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଡାଲଖାଇ, ରସରକେଲି, ମାଇଲାଜଡ଼ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । କୁନି କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ମ୍ୟୁଜିକ୍‌ ଚେୟାର, ଲଡୁଖିଆ, ଜିକେ ଭଳି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସନ୍ତୋଷ ବିଶି ମଞ୍ଚ ପରିଚାଳନା କରିଥିବାବେଳେ ଜିତୁ ସାହୁ ସହଯୋଗ କରିଥିଲେ । ମା’ ଦଶମତୀ ଯୁବଗୋଷ୍ଠୀର କୈଳାସ ପଧାନ, ମିଲୁ ସାହୁ, ଜିଲୁ ସାହୁ, ରଜତ ବିଶ୍ୱାଳ, ବଳୁ ପଧାନ, ନୀଳମାଧବ ସାହୁ, ବିଦ୍ୟାଧର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.