jsm

ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତ ରାତ୍ର ଜଗୁଆଳି ସଂଘ ଗଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି / ମେହେନ୍ତର ସଂଘର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାରେ ଗେଥଲ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଟିୟୁସିର ସହଯୋଗରେ ସଂଘର ନୂତନ ଭାବରେ ନାମକରଣ କରାଯାଇ ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ନାମରେ ନାମିତ କରାଗଲା । ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ତା ପୂର୍ବରୁ ଜିଲ୍ଲା ଓ ବ୍ଲକସ୍ତରୀୟ କମିଟି ଗଠନ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଦୀର୍ଘ ବର୍ଷ ଧରି ରାତ୍ର ଜଗୁଆଳି ଓ ମେହେନ୍ତରମାନେ ଗ୍ରାମ ପଂଚାୟତରେ କାମ କରୁଥିଲେ ମଧ୍ୟ ସର୍ବନିମ୍ନ ମଜୁରି ପାଉ ନଥିବାରୁ ଏହି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ରାତ୍ର ଜଗୁଆଳି ଓ ମେହେନ୍ତରମାନଙ୍କୁ ସାମାଜିକ ସୁରକ୍ଷା ତଥା ସର୍ବ ନିମ୍ନ ମଜୁରି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଆଜିର ବୈଠକରେ ସର୍ବ ସମ୍ମତିକ୍ରମେ ସଭାପତି ଭାବେ ବିଦୁର କୁମ୍ଭାର, ଉପ-ସଭାପତି ଖଗେଶ୍ୱର ଚନ୍ଦନ, ସଂପାଦକ ଶ୍ୟାମ ପୁଟେଲ, ସହ-ସଂପାଦକ ସନ୍ୟାସି କୁଦେଇ, କୋଷାଧ୍ୟକ୍ଷ କ୍ଷେତ୍ର ଚନ୍ଦନ ମନୋନିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୧ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ତ୍ରିନାଥ ପାତ୍ର, ମାଧ ପଧାନ, ସୁଦାମ ମହାକୁର, ମହେନ୍ଦ୍ର ବଗର୍ତ୍ତି, ଗିରି ମନହିରା, ଉପେନ୍ଦ୍ର ନାଗ, ପ୍ରଫୁଲ୍ଲ କୁମ୍ଭାର, କରୁଣା ସୁନା, ଉଚ୍ଛବ କୁମ୍ଭାର, ପୁନମସିଂ ମହତ, ଲାଲ ହାତି ମନୋନିତ ହୋଇଥିଲେ । ଏଥିରେ ବରଗଡ ଜିଲ୍ଲାରୁ ଗଜାନନ ନାଗ, ସୋନପୁର ଜିଲ୍ଲାରୁ ସୁରେନ୍ଦ୍ର ଗୁରୁ ଓ କଳାହାଣ୍ଡି ଜିଲ୍ଲାରୁ ଲଳିତ ପାରି ଯୋଗ ଦେଇଥିଲେ । ଶେଷରେ ବରୁଣ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.