ଗଞ୍ଜାମର ପ୍ରସିଦ୍ଧ ଠାକୁରାଣୀ ମାଁ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ଠାକୁରାଣୀ ମାଁ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଦିନ ରାତ୍ର ମାଁ ପଟୁଆର ରୁଷାଣୀ ଗ୍ରାମ୍ୟ ପରିକ୍ରମା କରିଥିଲେ । ସେହିପରି ମାଁ ଗଙ୍ଗାଦେବୀ, ଖଣ୍ଡେଶ୍ୱର ମହାପ୍ରଭୁ ଓ ବରପଲ୍ଲୀ ଗ୍ରାମରେ ପୁଡୁକେଶ୍ୱର ମହାପ୍ରଭୁଙ୍କ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ସହ ଦ୍ଵାର ଭୋଗ ଖାଇଥିଲେ । ରବିବାର ଦିନ ପ୍ରାପ୍ତ ସକାଳୁ ମାଁ ଗଙ୍ଗାଦେବୀ ସହ ଦୁଇ ଠାକୁର ତ୍ରିବେଣୀ ମଠ ଛକ ଠାରେ ସଙ୍ଗମ ହୋଇଥିଲେ । ପରେ ଗଞ୍ଜାମ ସହର ଦେଇ ସମସ୍ତେ ଋଷିକୁଲ୍ୟା ନଦୀକୁ ସ୍ନାନ ପାଇଁ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ପରମ୍ପରା ରୀତିନୀତି ଅନୁଯାୟୀ ସ୍ନାନ କରାଯାଇଥିଲା । ଶେଷରେ ପୁଣି ସମସ୍ତେ ଶୋଭାଯାତ୍ରାରେ ଗଞ୍ଜାମ ବଜାର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ଫେରିଥିଲେ । ମାଁ ଗଙ୍ଗାଦେବୀ ଫେରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ଦିନରେ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ନବରଙ୍ଗ ନାଟକ, ସନ୍ଧ୍ୟାରେ ଦୁଇଟି ରାମାୟଣ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାକୁ ପୁରୁଣା ବନ୍ଧ ଗ୍ରାମ ସମେତ ପାଳିବନ୍ଦ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ସହଯୋଗ କରୁଛନ୍ତି । ବିଭିନ୍ନ ଅଂଚଳରୁ ବହୁ ଲୋକମାନେ ଯାତ୍ରାରେ ସମାଗମ ହେଉଥିବା କାର୍ଯ୍ୟକ୍ରମକୁ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ପଞ୍ଚାୟତ ବାସିନ୍ଦା ତଦାରଖ କରିବା ସହ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରଖିଥିବା ଜଣାପଡିଛି ।

Leave A Reply

Your email address will not be published.