ଡିଭାଇଡରରେ ପିଟିହୋଇ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି : ୪ ଗୁରୁତର ଆହତ

କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ମ୍ୟୁଜିକାଲ ବ୍ୟାଣ୍ଡପାର୍ଟି ଗାଡି । ଏହି ଦୁର୍ଘଟଣାରେ ୩ ଜଣ ଆହାତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁରର ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିବାବେଳେ, ଏନ୍‌ଏଚ୍‌ ୫୩ ବଡ଼ ମୁକ୍ତାପଶି ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିଲା । ଏହି ସମୟରେ ଏନ୍‌ଏଚ୍‌ ୫୩ ବଡ଼ ମୁକ୍ତାପଶି ନିକଟରେ ଡିଭାଇଡରରେ ପିଟିହୋଇ ଓଲଟିଲା ଟାଟା ମ୍ୟାଜିକ ଗାଡ଼ି । ଗାଡ଼ିରେ ଡ୍ରାଇଭର ସମେତ ୫ ଜଣ କଳାକାର ଥିଲେ । ଏହି ଦୁର୍ଘଟଣାରେ ୩ ଜଣ ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏଥି ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.