oom

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପାଇକମାଲ ନାଗରିକ କମିଟିର ସଦସ୍ୟ : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନାଗରିକ କମିଟିର ସଦସ୍ୟ ମାନେ ଶୁକ୍ରବାର ପଦ୍ମପୁର ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତିକରୁଛି । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ରୋଗୀ ସେବା ପାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ନିୟମିତ ଡାକ୍ତର ରହୁ ନାହାନ୍ତି । ୨ ଜଣ ଡାକ୍ତର ଡେପୁଟେସନରେ ଥିଲେ ବି ଅଧିକାଂଶ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛି । ଡାକ୍ତରଖାନାଟି ସଂପୂର୍ଣ୍ଣ ଭାବେ ଜଣେ ଫାର୍ମାସିଷ୍ଟଙ୍କ ତତ୍ତ୍ଵାବଧାନରେ ଚାଳୁଛି । ଡାକ୍ତରଙ୍କ ଅନିୟମିତତା ଓ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇବାରୁ ଏ ଅଞ୍ଚଳର ଜନ ସାଧାରଣ ବଞ୍ଚିତ ହେଉଥିବା ବେଳେ ରୋଗୀ ମାନେ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ଗୁରୁତର ରୋଗୀ, ଗର୍ଭବତୀ ମହିଳାଙ୍କୁ ବିକଟ ସମସ୍ୟାର ସାମନା କରିବାକୁ ପଡୁଛି । ବିଗତ ସରକାରର ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ଘୋଷଣା ଏକ ରାଜ୍ୟ ଧୂଆଁବାଣ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମେନ୍ତ ତୁରନ୍ତ ଜଣେ ନିୟମିତ ଡାକ୍ତର ନିଯୁକ୍ତି, ସିଏଚ୍‌ସି ଦାବି ନେଇ ପାଇକମାଲ ନାଗରିକ କମିଟି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତାଙ୍କର ପଦ୍ମପୁର ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଭେଟି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ତଥା ଉପରୋକ୍ତ ସମସ୍ତ ସମସ୍ୟା ବିଷୟରେ ଅବଗତ କରାଇ ଏନେଇ ଆଲୋଚନା କରିଥିଲେ । ସମସ୍ତ ବିଷୟ ବସ୍ତୁକୁ ହୃଦୟଙ୍ଗମ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ ଜଣେ ନିୟମିତ ଡାକ୍ତର ନିଯୁକ୍ତି ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଏଚ୍‌ସିରେ ପରିଣତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାର ନିର୍ଭର ପ୍ରତିଶୃତି ଦେଇଥିଲେ ନାଗରିକ କମିଟିର ସଦସ୍ୟ ମାନଙ୍କୁ । ଏଥି ସହ ନାଗରିକ କମିଟି, ନୃସିଂହନାଥ ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ଚିଡିଆଖାନା ନିର୍ମାଣ କରାଯିବାକୁ ଅନୁରୋଧ କରି ଥିଲେ ତଥା ଏହାର ବାସ୍ତବ ରୂପ ଦେବାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହଯୋଗ କାମନା କରିବା ସହ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ସହଯୋଗରେ ଏସବୁ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ମୁଁ ନିଶ୍ଚିତ ଉଦ୍ୟମ କରିବି ବୋଲି ପ୍ରତିଶୃତି ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । ପାଇକମାଲ ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀ, ସାଧାରଣ ସମ୍ପାଦକ ନୀଳମଣି ପଣ୍ତା, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ସୁଶାନ୍ତ ନାଗ ପ୍ରମୁଖ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.