csstore

ସିଦ୍ଧିଦାତ୍ରୀ ବେଶରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ନବମ ଦିନରେ ମାଁ ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଅନିଲ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡାଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟଶଙ୍ଖ ବାଦ୍ୟରେ ପାର୍ଶ୍ୱ ଦେବତାଙ୍କୁ ଆବାହନ ସହ ଶୋଡଶ ପୂଜା ଉପଚାରରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ବନଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା ପୂଜା କାର୍ଯ୍ୟକୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.