csstore

ମୁରିବାହାଲ ଡ଼ିଗ୍ରୀ କଲେଜର ଛାତ୍ର ପ୍ରୀତମ ବଘାର ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ(ସମ୍ମାନ)ର ଛାତ୍ର ପ୍ରୀତମ ବଘାର ଆସାମ ରାଜଧାନୀ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀ ରୂପେ ମନୋନୀତ ହୋଇଛନ୍ତି । ସେ ଗତ ୨୭.୦୯.୨୦୨୪ ତାରିଖରୁ ୨୯.୦୯.୨୦୨୪ ପର୍ଯ୍ୟନ୍ତ ରାଉରକେଲା ମ୍ୟୁନିସିପାଲ କଲେଜଠାରେ ଅନୁଷ୍ଠିତ ହୋଇଥିବା ଷ୍ଟେଟ ଲେଭେଲ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପରେ ଅଂଶଗ୍ରହଣ କରି ଆସନ୍ତା ୦୬.୧୧.୨୦୨୪ ତାରିଖରୁ ୧୫.୧୧.୨୦୨୪ ପର୍ଯ୍ୟନ୍ତ ଆସାମର ଗୌହାଟି ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ – ୨୦୨୪ ପାଇଁ ମନୋନୀତ ହୋଇଛନ୍ତି । ଯାହାକି ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଅଟେ।ଛାତ୍ର ପ୍ରୀତମ ବଘାର ଘଣ୍ଟବାହାଲ ଗ୍ରାମର ଦୁର୍ଯ୍ୟେଧନ ବଘାର ଓ ବାଙ୍କପ୍ରିୟା ବଘାରଙ୍କ ସୁପୁତ୍ର ଅଟନ୍ତି । ସେ ଏହି ସଫଳତା ପାଇଁ ନିଜ ମାତାପିତା, ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆଙ୍କ ସହ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ଇଷ୍ଟ ଜୋନ ପାଇଁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତରଫରୁ ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ଏକମାତ୍ର ଛାତ୍ର ପ୍ରୀତମ ବଘାର ଓ ପାଟଣାଗଡ଼ ଜବାହର ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀ ଲିଜା ପୁଟେଲ ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀ ରୂପେ ଗୌହାଟି ଯିବା ପାଇଁ ମନୋନୀତ ହୋଇଛନ୍ତି ।

jayashree
Leave A Reply

Your email address will not be published.