ବଲାଙ୍ଗିର ଟିକ୍ରାପଡାରେ ନବରାତ୍ର ଦୁର୍ଗାପୂଜାର ଷଷ୍ଠ ଦିବସରେ ମାଁ କାତ୍ୟାୟନୀ ଦେବୀଙ୍କ ପୂଜନୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଟିକ୍ରାପଡା ଗାନ୍ଧୀ ପାଠାଗାରରେ ୫୭ତମ ଦୁର୍ଗାପୂଜା ତା.୦୩.୧୦.୨୦୨୪ ଠାରୁ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୦୨.୧୦.୨୦୨୪ ବିଲ୍ୱବରଣ ସହ ନବରାତ୍ର ଦୁର୍ଗାପୂଜା ଆୟୋଜନ କରାଯାଇଛି । ଚଳିତ ବର୍ଷ ଆୟୋଜନ କମିଟିର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗଙ୍କ ସହ ଉପସଭାପତି ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ସଭ୍ୟ ଆକବର (ମାନା) ଖାନ, ସଞ୍ଜୟ ଗଡତ୍ୟା, ରାଜେନ୍ଦ୍ର ପାଣି, ପ୍ରବୀଣ ଦର୍ଜୀ, ଟୁନା ହୋତା, ଅଜିତ ପଣ୍ଡା, ଦିଲିପ ସାହୁ, ବାଦଲ ସାହୁ, ଜିତୁ ମଟାରୀ, ଅବଦୁଲ ରଜାକ୍‌, ଦାଶରଥୀ ସାହୁ, ବାବୁ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର, ଦୁର୍ଗା ସାହୁ ରାଜେନ୍ଦ୍ର ମିଶ୍ର, ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସଭ୍ୟା ମିନତି ରଥ, ଦମୟନ୍ତି ବାଗ, ସଭ୍ୟା ସବିତା ବେହେରା, ମଞ୍ଜୁଳା ମିଶ୍ର ପ୍ରମୁଖ ପୂଜା ଦାୟିତ୍ୱ ବହନ କରିଛନ୍ତି । ପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ସମ୍ପାଦନା କରିବା ସହ ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ଏବଂ ନଅ ଦିନରେ ୯ ଜଣ ସହଯୋଗୀ କର୍ତ୍ତା ରୂପେ ଅଶୋକ ଦାସ ଓ ସହଧର୍ମିଣୀ ସାଧନା ଦାସ, ପ୍ରକାଶ ନେପାକ ଓ ଭାରତୀ ନେପାକ, ଅବିନାଶ ବେହେରା ଓ ବନେଶ୍ୱରୀ ବେହେରା, ରାଜୁ ମିଶ୍ର ଓ ମଞ୍ଜୁଳା ମିଶ୍ର, ବାବୁଲା ରଥ ଓ ମିନତି ରଥ, ଅମୀୟ ମିଶ୍ର ଓ ଦମୟନ୍ତୀ ମିଶ୍ର, ଜିତୁ ମଟାରୀ ଓ ପ୍ରତିମା ମଟାରୀ, ଦିଲ୍ଲୀପ ସାହୁ ଓ କଳ୍ପନା ସାହୁ, ସଂଜୀବ ସାହୁ ଓ ପ୍ରୀତି ସାହୁ, ରଂଜିତ ଗୋୟଲ ଓ ନେହା ଗୋୟଲ ପ୍ରମୁଖ ମା’ଙ୍କ ପୂଜା ଓ ଉପାସନା କରୁଛନ୍ତି । ମେଢ ସାଜଶଯ୍ୟା ପାଇଁ ସୋହେଲାରୁ ଏବଂ ଆଲୋକ ସାଜଶଯ୍ୟା ଫୁଲବାଣୀରୁ ଆସିଛନ୍ତି । ଚଳିତ ବର୍ଷ ବିଶେଷ କରି ସମସ୍ତ ପଡାବାସୀଙ୍କୁ ସାମିଲ କରି ମା’ଙ୍କ ପୂଜା ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି । ନବରାତ୍ର ଦୁର୍ଗାପୂଜାର ଷଷ୍ଠ ଦିବସରେ କାତ୍ୟାୟନୀ ସ୍ୱରୂପ ମାଁ ଦୁର୍ଗାଙ୍କ ପୂଜା କରାଯାଇଛି । କର୍ତ୍ତା ଅମୀୟ ମିଶ୍ର ଏବଂ ସହଧର୍ମିଣୀ ଦମୟନ୍ତୀ ମିଶ୍ର ମା’ଙ୍କ ପୂଜା ଓ ଉପାସନା କରିଥିଲେ । ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାବେଶରେ ସନ୍ଧ୍ୟା ଆଳତି ଦେଇ ନାନା ପ୍ରକାର ପିଠା, ମଣ୍ଡା, କ୍ଷୀରି, ପୁରୀ ସହ ମାଁଙ୍କ ଠାରେ ଭୋଗ ଲଗାଇ ସମସ୍ତଙ୍କ ସୁଖୀ ଜୀବନ ପାଇଁ ମାଁଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.