ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା । ହାଇକୋର୍ଟରେ ନିଜ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ୩ ଥର କୋର୍ଟ ନୋଟିସ ଅଣଦେଖା ପରେ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାମଲାରୁ ବାଦ ଦେଇଛନ୍ତି ହାଇକୋର୍ଟ । ସୂଚନା ଯୋଗ୍ୟ ଯେ ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜିରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ । ଏବେ ସେ ନିର୍ବାଚନ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରି ଗିରିରାଜ ସିଂ ମାଝୀ ନାମକ ଜଣେ ଭୋଟର ମାମଲା ଦାୟର କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇ ତାଙ୍କ ବିଧାୟକ ପଦ ରଦ୍ଦ ଲାଗି ସେ ପ୍ରାର୍ଥନା କରିଥିଲେ । ପ୍ରଥମେ ହାଇକୋର୍ଟ ଶ୍ରୀ ବାଗଙ୍କୁ ସ୍ପିଡ୍‌ ପୋଷ୍ଟରେ ଜବାବ ରଖିବା ଲାଗି ନୋଟିସ୍‌ କରିଥିଲେ । କିନ୍ତୁ ଏହି ନୋଟିସ୍‌କୁ ସେ ଗ୍ରହଣ କଲେନାହିଁ । ପରେ ହାଇକୋର୍ଟ ବଲାଙ୍ଗିର ଜିଲ୍ଲା ଜଜ୍‌ଙ୍କ ଜରିଆରେ ମଧ୍ୟ ବିଧାୟକଙ୍କୁ ନୋଟିସ୍‌ ପଠାଇଥିଲେ । ଏହାକୁ ମଧ୍ୟ ସେ ଗ୍ରହଣ କରିନଥିଲେ । ଶେଷରେ ହାଇକୋର୍ଟ ରେଜେଷ୍ଟ୍ରି ଜରିଆରେ ଇମେଲ୍‌ କରି ଜବାବ ରଖିବାକୁ ଉଲ୍ଲେଖ କରିଥିଲେ । କିନ୍ତୁ ବିଧାୟକ ଶ୍ରୀ ବାଗ ନା ଏହି ଇ – ମେଲ୍‌ରେ କୌଣସି ଜବାବ ରଖିଲେ ନା ଅଦାଲତରେ ତାଙ୍କ ଆଇନଜୀବୀଙ୍କ ଜରିଆରେ ପକ୍ଷ ରଖି ଥିଲେ । ଫଳରେ ହାଇକୋର୍ଟ ଏହି ମାମଲାକୁ ଏକ ତରଫା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.