ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଖୁବ୍ ଚଳଚଞ୍ଚଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କଳ୍ପବାସିନୀ ଦେବୀ ପୀଠରେ ନବରାତ୍ର ପୂଜା ଖୁବ୍ ଚଳଚଞ୍ଚଳ ହୋଇଉଠିଛି । ଛତ୍ରପୁର ସହରର ରିକାପଲ୍ଲୀ ସ୍ଥିତ କଳ୍ପବୃକ୍ଷ ମୂଳେ ପୂଜିତା ମା’ ବୁଢ଼ୀ ଠାକୁରାଣୀ ଅଧୁନା କଳ୍ପବାସିନୀ ନାମେ ଖ୍ୟାତ । ଏହା ପ୍ରାୟତଃ ୧୫୦ ବର୍ଷର ବହୁ ପୁରାତନ ପ୍ରତିଷ୍ଠିତ ଶକ୍ତି ପ୍ରଦାୟୀନି ମା’ ଚଣ୍ଡୀଙ୍କ ଆସ୍ଥାନ ଅଟେ । ଏଠାରେ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଭାବେ ଏଠାରେ ନବରାତ୍ର ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଆସୁଛି । ନବରାତ୍ର ପୂଜା ସମ୍ଭାର ଏକ ଅନୁପମ ବର୍ଣ୍ଣାଢ଼୍ୟ ସମାରୋହ ମା’ଙ୍କ ସନ୍ଧ୍ୟା ଆରତୀ ବେଳେ ଦେବୀଙ୍କ ମସ୍ତକରୁ ଫୁଲ୍ ଖସିବା ଦୃଶ୍ୟ ଦେଖିବାକୁ ଅଗଣିତ ଭକ୍ତଜନଙ୍କ ସମାଗମ ହୋଇଥାଏ,ଏଠାକାର ପ୍ରଚଳିତ ପରମ୍ପରା ଏକ ନିଆରା ଅଟେ । ଶୁଭ ମଙ୍ଗଳବାର ଦିନ ଠାକୁରାଣୀଙ୍କର ପବିତ୍ର ଶାରଦୀୟ ଦୁର୍ଗାପୂଜାର ଷଷ୍ଠୀ ଦିବସ ସମାରୋହକୁ ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ସମ୍ପାଦିତ ହୋଇଥିଲା । ସନ୍ଧ୍ୟାବେଳେ ଦେବୀଙ୍କ ସ୍ଵତନ୍ତ୍ର ବେଶ ଧାରଣ, କର୍ତ୍ତାଙ୍କ ଘର ଠାରୁ ନାନା ପ୍ରକାର ମିଷ୍ଟାନ୍ନ ପ୍ରସାଦକୁ ଚଡୁଆ ଭରି ମହିଳାମାନେ ମସ୍ତକରେ ଧରି ଆଣି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ପରିଭ୍ରମଣ କରିଥିଲେ । ପଟୁଆରରେ ଆସି ମନ୍ଦିର ମୁଖ୍ୟଦ୍ଵାର ବରଣ କରି ଦେବୀଙ୍କ ନିକଟରେ ଭୋଗ ଅର୍ପଣ ଲାଗି ହୋଇଥିଲା । ମା’ ରଣପା କଳିକାଙ୍କ ନାଚରେ ଭକ୍ତ ବିମୋହିତ ହୋଇଯାଇଥିଲେ । ମା’ଙ୍କ ଠାରେ ସନ୍ଧ୍ୟାରେ ରାଜ ଆରତୀ ଦେଖିବାକୁ ଶହଶ୍ରାଧିକ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା । ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ବୁଧବାର ମଧ୍ୟାହ୍ନବେଳେ ଅନ୍ନ-ପ୍ରସାଦ ବେଳେ ପ୍ରାୟତଃ ୪ ହଜାର ଭକ୍ତ ଅନ୍ନ ପ୍ରାସାଦରେ ଆପ୍ୟାୟିତ ହୋଇ ଖୁସି ବ୍ୟକ୍ତ କରିଥିଲେ ଏବଂ ସମାଜସେବୀ ଦୀପକ୍ ମୁଦୁଲିଙ୍କ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିବା ବେଳେ ଅଗଣିତ ଭକ୍ତମାନେ ଭୂରି ଭୂରି ମୁଦୁଲି ବାବୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.