ନବଦିନାତ୍ମକ ବନଦୂର୍ଗା ଶାରଦୀୟ ଦୁର୍ଗାପୂଜା : ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ବେଶରେ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ନବଦୁର୍ଗା ପୂଜାର ଆଜି ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ଦେବୀଙ୍କ ପୂଜାର୍ଚ୍ଚନା ହୋଇଥିଲା । ମାଁ ସ୍କନ୍ଧମାତା ହେଉଛନ୍ତି ଭଗବାନ କାର୍ତ୍ତିକେୟଙ୍କ ମାତା । ତାଙ୍କ କୋଳରେ ଭଗବାନ ସ୍କନ୍ଧ ବସି ରହିଥାନ୍ତି । ସ୍କନ୍ଧମାତା ହେଉଛନ୍ତି ଜ୍ଞାନ ଓ ଶକ୍ତିର ପ୍ରତୀକ । ଆଜିର ପୂଜାରେ କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ତୁଲାଇ ଥିଲେ, ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ ପଣ୍ଡା ସ୍କନ୍ଧମାତା ଓ ପାର୍ଶ୍ଵଦେବତାଙ୍କୁ ଅବାହନ କରି ଷୋଡଶ ଉପଚାର ସହିତ ବିଧିବଦ୍ଧ ସାହାକାରେ ପୂଜାକାର୍ୟ୍ୟ ତୁଲାଇଥିଲେ । ବନଦୁର୍ଗା ମନ୍ଦିରର ପୂଜକ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼ଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ କୁମାର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା ଓ ପ୍ରଶାନ୍ତ ପଧାନ ପୂଜାକାର୍ୟ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.