ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଦ୍ୱାରା ସ୍ୱଚ୍ଛତା ହିଁ ସେବା ଶିବିର ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାର୍ଡା ଦ୍ୱାରା ପ୍ରଯୋଜିତ ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଛତାମଖନା ଦ୍ୱାରା ସ୍ୱଚ୍ଛତା ହିଁ ସେବା ୨୦୨୪ ଏବଂ ଆର୍ଥିକ ସ୍ୱାକ୍ଷରତା ଶିବିର ଛତାଖମନା ଗ୍ରାମରେ ଆୟୋଜିତ ହୋଇଯାଇଛି । ଏଥିରେ ଉପକାର କଳାକାର ବଲାଙ୍ଗିରଙ୍କ ଦ୍ୱାରା ଲଘୁ ନାଟକ ମାଧ୍ୟମରେ ସ୍ୱଚ୍ଛ ଭାରତ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଡିଏମ୍‌ ନାବାର୍ଡ ଡ. ବିବେକ କୁମାର ନାୟକ, ଏଲ୍‌ଡିଏମ୍‌ ବଲାଙ୍ଗିର ପ୍ରଶାନ୍ତ କୁମାର ବେହେରା, ରିଜିଓନାଲ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ, ମ୍ୟାନେଜର ଏଡ୍‌ମିନ୍‌ ହିରନ୍ୟମୟ ଦଲାଇ ଏବଂ ଶାଖା ପରିଚାଳକ ଋଷଭରାଜ ଗନ୍ତାୟତ ଯୋଗ ଦେଇଥିଲେ । ଏସ୍‌ଏଚ୍‌ଜି ମାଁ ମାନଙ୍କ ଦ୍ୱାରା ମାଁଙ୍କ ନାମରେ ଗୋଟିଏ ଗଛ ଲଗାଇବା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଶିବିରରେ ଆଖ ପାଖ ଗ୍ରାମରୁ ପ୍ରାୟ ୭୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଅଧିନସ୍ଥ ପିଏମ୍‌ଜେଜେବିୱାଇ ହିତାଧିକାରୀ ତୁଳସୀ କର୍ଣ୍ଣ, ନିଳାବତି ମେଶ୍ୱା ଓ ଜଳ ବାରିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ଡ. ବିବେକ କୁମାର ନାଏକ ଡିଡିଏମ୍‌ ନାବାର୍ଡ ଏବଂ ପ୍ରଶାନ୍ତ କୁମାର ବେହେରା ଏଲ୍‌ଡିଏମ୍‌ ବଲାଙ୍ଗିରରୁ ପ୍ରଦାନ କରିଥିଲେ । ତୁଳସି ଏସ୍‌ଏଚ୍‌ଜି ଓ ତାରିଣୀ ଏସ୍‌ଏଚ୍‌ଜିଙ୍କୁ ଋଣ ୬ ଲକ୍ଷ ଟଙ୍କାର ଚେକ୍‌ ସୂର୍ଯ୍ୟକାନ୍ତ ସାହୁ ଆର୍‌ଏମ୍‌ ବଲାଙ୍ଗିର ପ୍ରଦାନ କରିଥିଲେ ଏବଂ ହିରଣ୍ୟମୟ ଦଲାଇ ଆଡମିନ୍‌ ବଲାଙ୍ଗିର ଏକ ଗୋଟି ମୁଦ୍ରା ଲୋନ୍‌ ୫ ଲକ୍ଷ ଟଙ୍କା କୈଳାସ ମେଶ୍ୱାଙ୍କୁ ପ୍ରଦାନ କରିଥିଲେ । ସଭା କାର୍ଯ୍ୟକୁ ଡ. ଦୈତାରି ପୁଜାରି ପରିଚାଳନା କରିଥିଲେ ଏବଂ ଶେଷରେ ଶାଖା ପରିଚାଳକ ଋଷଭରାଜ ଗନ୍ତାୟତ ଧନ୍ୟବାଦ ଦେଇଥିଲେ । ଏଥିରେ ସରପଂଚ ଅଞ୍ଜଳି ବାଗ, କୋଷାଧ୍ୟକ୍ଷା ଉତ୍କଳିକା ନାଏକ, ଡ. ପବିତ୍ର ଦଣ୍ଡସେନା, ଧୁର୍ବାଦଳ ମିଶ୍ର, ସଚିଦାନନ୍ଦ ମିଶ୍ର, ସୁବୋଧ ତ୍ରିପାଠୀ, ବିରେନ ପଟେଲ, ସମିକ୍ଷା ଗଡୁଆ, ବୃନ୍ଦାବତି ନାଗ, ଜ୍ୟୋସ୍ନାମୟୀ ଡାଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.