csstore

କପିଲାଭଟାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡକ୍ୱାଟର ଠାରେ ଆଜି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ଯୁବ ସମିତି ସଭ୍ୟ କେଦାର ଭୋଇ, ସମ୍ମାନୀୟ ଅତିଥି ଭାବେ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ୱାର୍ଡ ମେମ୍ବର ପ୍ରେମସାଗର ନାଗ, ସ୍ୱେଚ୍ଛାସେବୀ ଲୀଳାମୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ, ବିଧାୟକଙ୍କୁ ଏନେଇ ମାଁ ସାହାଜି ଯୁବକ ସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ସମୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ପୁରଣ ହେଇଥିବାରୁ ସ୍ଥାନୀୟ ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି । କପିଲାଭଟା ପଞ୍ଚାୟତ ଜିଲ୍ଲାର ଶେଷ ସୀମାରେ ଥିବା ବେଳେ ଏଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ନୂଆପଡା ଜିଲ୍ଲାରେ ନିର୍ଭର କରନ୍ତି । ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେଲେ ଏଠାକାର ଲୋକ ମାନେ ଉପକୃତ ହେବେ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.