oom

ବଲେନପାଲିରେ ବାଙ୍କୀପାଲି କ୍ଲଷ୍ଟରସ୍ତରୀୟ ସୁରଭି

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ସ୍ଥିତ ବଲେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ନାଇକେନପାଲି – ପଣ୍ଡକିଟାଲ ସରପଞ୍ଚ ଗୋବିନ୍ଦ ସେଟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଗଣନାଥ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରୋତ ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ବଲେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତ ପଧାନ, ଜିଲ୍ଲା ରେଡ଼କ୍ରସ ପ୍ରଶିକ୍ଷକ ହୃଷିକେଶ ଡାଙ୍ଗ, ଇଂରାଜୀ ଶିକ୍ଷକ ସମ୍ପଦ ଖମାରୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଶିକ୍ଷକ ଅମୃତଲାଲ ତ୍ରିପାଠୀ, ସମ୍ପଦ ଘିବେଲା, ପିତାମ୍ବର ଶିଖା, ସନ୍ତୋଷ ପଧାନ, କ୍ଷୀରୋଦ୍ର ଚନ୍ଦ୍ର ସାହୁ, ପିଛାଲୁ ପଧାନ, ସୁଶୀଲ ସେଠି, ଡମ୍ବରୁଧର ଅମାତ, ସୁରେଶ ସାହୁ, ଶ୍ରୀବତ୍ସ ପାଣ୍ଡେ, ବିଷ୍ଣୁ ପ୍ରିୟା ଖମାରୀ, ଶୋଭାଗିନୀ ପଧାନ, ସୁନୀତି ପଧାନ, ସନ୍ତୋଷିନୀ ମହାନନ୍ଦ, ରୀନା ପ୍ରଧାନ, ସଂଯୁକ୍ତା କାଣ୍ଡ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ପୁରାତନ ଛାତ୍ରଛାତ୍ରୀ, ପାଚକ,ପାଚିକା ଓ ବଲେନପାଲି ଗ୍ରାମବାସୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଡ଼ଃ. ରଞ୍ଜନ କୁମାର ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁନିତା ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.