ଆଞ୍ଚଳିକ ରାବଣପୋଡ଼ି ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଜଗନ୍ନାଥ ମନ୍ଦିର ପରିସରରେ ଆଞ୍ଚଳିକ ରାବଣପୋଡ଼ି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷର ଆୟ ବ୍ୟୟ ବିବରଣୀ ପାଠ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି ରାଜୁ ନାଏକ, ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, ଉପସଭାପତି ବୀରେନ୍ ନାୟକ, କୋଷାଧ୍ୟକ୍ଷ ସଦାନନ୍ଦ ସାହୁ, ସହ କୋଷାଧ୍ୟକ୍ଷ ସଜନ ଅଗ୍ରୱାଲ, ଯୁଗ୍ମ ସଚିବ ଭାବେ ନରେଶ ଅଗ୍ରୱାଲ ନିର୍ବାଚିତ ହୋଇଥିଲେ । ଗୋପ କୁମାର ପଣ୍ଡା, ଆକାଶ ମିଶ୍ର, ଗଙ୍ଗା ଶଙ୍କର ସାହୁ, ବିଜୟ କୁମାର ବାବୁ ଉପଦେଷ୍ଟା ରହିଥିବାବେଳେ ସାଲେଭଟା ସରପଞ୍ଚ ବିଜୟ ବେହେରାଙ୍କ ମାର୍ଗଦର୍ଶନରେ ମୁର୍‌ଶୁଣ୍ ସରପଞ୍ଚ ରଥି ସାହୁଙ୍କ ସମେକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶିକ୍ଷକ ସୁଶୀଳ ସେଟ୍, ଗୋବିନ୍ଦ ସାହୁ, ସଦାନନ୍ଦ ଭୁଏ ସହଯୋଗ କରିଥିଲେ ।

Leave A Reply

Your email address will not be published.