ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରା ମାଡ

ବୌଦ୍ଧ : ଗୁଦଗୁଦା ଢ଼ାବା ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରା ମାଡ । ଛୁରା ମାଡରେ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ଡ଼ିମିରିପାଲି ଗ୍ରାମର ସୁବ୍ରତ କୁମାର ସେଠି । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଜମଟାଙ୍ଗୀ ଗ୍ରାମରେ । ସୂଚନା ଅନୁଯାୟୀ, ଗତ ଗୁରୁବାର ବିଳମ୍ୱିତ ରାତିରେ ଜମଟାଙ୍ଗୀ ଗ୍ରାମରେ ସୁବ୍ରତ ବିଶ୍ୱ ଦରବାର ନାଟକ ଦେଖିବାକୁ ଯାଇଥିବା ବେଲେ ସେଠାରେ କୌଣସି କାରଣରୁ ଅନ୍ୟ ଯୁବକମାନଙ୍କ ସହିତ ବଚସା ହୋଇଥିଲା । ପରେ ଯୁବକମାନେ ଉତ୍ୟକ୍ତ ହୋଇ ସୁବ୍ରତଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସୁବ୍ରତଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ପୋଲିସ ଘଟଣାର ତଦନ୍ତ କରିଛି ।

Leave A Reply

Your email address will not be published.