ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କଲେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ଯୁବ ପିଢ଼ିଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଆଜି ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
‘ଆଜି ଗାନ୍ଧୀ ଜୟନ୍ତୀ, ମୋ ଯୁବ ବନ୍ଧୁମାନଙ୍କ ସହ ମୁଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି । ସ୍ୱଚ୍ଛ ଭାରତ ମିଶନକୁ ସୁଦୃଢ଼ କରିବାକୁ ଆଜିର ଦିନରେ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରୁଛି ।

Leave A Reply

Your email address will not be published.

error: Content is protected !!