୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୫ ଗିରଫ

ବୌଦ୍ଧ : ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ହିତେଶ ଜାନୀ, ଯୁଗଳ ଷଣ୍ଢ, ପରଦେଶୀ ରଣା, ବାସୁଦେବ ରଣା ଓ ହିମାଂଶୁ ଭୋଇ ୠିରଫ ହୋଇଛନ୍ତିି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ତାଳପଡ଼ା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ତାଳପଡ଼ା ଗ୍ରାମ ନିକଟରେ ସମସ୍ତ ଗାଡ଼ି ଅଟକାଇ ଯାଞ୍ଚ କରୁଥିଲା ବାଉଁଶୁଣି ପୋଲିସ । ଏହି ସମୟରେ ଏକ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇଥିଲା ପୋଲିସ । ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ସେଥିରେ ୫ଟି ବସ୍ତାରୁ ୧ କ୍ୱିଣ୍ଟାଲ୍ ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ୧ କ୍ୱିଣ୍ଟାଲ୍ ଗଞ୍ଜେଇ ଏବଂ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!