jsm

ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ ହୋଇଯାଇଛି । ବାଲାଜୀ କଲେଜ ଅଫ୍‌ ନର୍ସିଂର ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡା. ଶୁଖିଶ୍ୟାମ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କଲେଜର ନିର୍ଦ୍ଦେଶକ ଅଭିଳାସ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ନସିଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାନସିକ ରୋଗ ଉପରେ ବିତର୍କ ପ୍ରତିଯୋଗିତା ରଖାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଉମାମଲ୍ଲିକା ସାହୁ ପ୍ରଥମ ସ୍ଥାନରେ ଥିବା ବେଳେ, ଦ୍ୱିତୀୟରେ ପ୍ରିତିମୟୀ ସାହୁ ଏବଂ ତୃତୀୟରେ ମୋନିକା କୁମ୍ଭାର ରହିଥିଲେ ଏବଂ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ବିଭାଗୀୟ ଦାୟିତ୍ୱରେ ଥିବା ମଳୟ କୁମାର ନାଗ, ସବ୍ୟସାଚି ସିଂ, ସୁବୋଧ ବିଶ୍ୱାଳ ତୁଳାଇ ଥିବା ବେଳେ କଲେଜ ଅଫ୍‌ ନର୍ସିଂର ଅଧ୍ୟାପିକା ଜ୍ୟୋତିର୍ମୟୀ ଶତପଥି, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁଶ୍ରି ସୁଜାତା ଦାସ, ପ୍ରଗତିରାଣୀ ଛାତ୍ରିଆ ଓ ଅଧ୍ୟାପକ ମନୋରଞ୍ଜନ ପୁରୋହିତ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.