ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଅଭିଭାବକ ଏବଂ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହା ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଦୁଇ ଦିନ ବ୍ୟାପୀ ଅଭିଭାବକ ଓ ଶିକ୍ଷକ ବୈଠକ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସମସ୍ତ ଅଭିଭାବକଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀ ମାନଙ୍କୁ ଆପାର ଆଇଡି ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ତଥ୍ୟ ବିସ୍ଥିର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ଯୁକ୍ତ ୨ ଭାରପ୍ରାପ୍ତ ଅଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଯୁକ୍ତ ୨ ଛାତ୍ରଛାତ୍ରୀ ମାନଙ୍କର ଶିଲାବସ ବିବରଣୀ, ମାର୍କ ପିଟର୍ଣ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଖଗେଶ୍ୱର ଦାସ ଆପାର ଆଇଡି ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ଆପାର ଆଇଡି ଏକ ଏକାଡେମୀକ୍ ପାସପୋର୍ଟ ଏବଂ ସମସ୍ତ ଏକାଡେମୀକ୍ ରେକର୍ଡ ଏବଂ ‘ୱାନ୍ ନେସନ ୱାନ ଆଇ ଡି’ ଉପରେ ବିସ୍ଥିର୍ଣ୍ଣ ଆଲୋଚନା କରିଥିଲେ । ଅଧ୍ୟାପକ ଓ ବଳରାମ ପ୍ରଧାନ, ବିଶ୍ୱରାଜ୍ ପାତ୍ର ଏବଂ ଜଗବନ୍ଧୁ ସୁରୁଜାଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!