କୋରାପୁଟିଆ ଜନ ସୁରକ୍ଷା ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ଅନ୍ତର୍ଗତ ଜାନିଗୁଡ଼ା ସିଂହବାହୀନି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ କୋରାପୁଟିଆ ଜନ ସୁରକ୍ଷା ସଂଘ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାର ଉନ୍ନତି, ପରିବେଶ ସୁରକ୍ଷା, ଜଳ, ଜଙ୍ଗଲ, ଜମି ସୁରକ୍ଷା ଦେବା ଏବଂ ଖଣି ଖନନ ବନ୍ଦ କରିବା, ଜିଲ୍ଲା ଭିତ୍ତିକ ନିଯୁକ୍ତି, ବୁଡ଼ି ଅଞ୍ଚଳ ବିସ୍ଥାପିତ, ସୁନାବେଡ଼ା ହାଲ ବିସ୍ଥାପିତ, ଏନେଇ ବିଭିନ୍ନ ସଂଘର ନେତା ମାନେ ବକ୍ତବ୍ୟ ଦେଇ ମତ ଦେଇଥିଲେ । ପୁଣି କୋରାପୁଟିଆ ଜନ ସୁରକ୍ଷା ସଂଘକୁ ଦୃଢ଼ କରିବା ପାଇଁ ନୂତନ ଯୁବ ନେତୃତ୍ୱ ନେବାକୁ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଦାସି ନନ୍ଦିବାଲି, ଉପସଭାପତି ତିଳକ ଗୁଞ୍ଜିଆ, ତ୍ରିଲୋଚନ ମୁଦୁଲି, ସାଧାରଣ ସମ୍ପାଦକ ଯୀଶୁ ଦାନ ଦିଶାରୀ, ସହସମ୍ପାଦକ ଆକାଶ ଖିଲ, ଭଗବାନ ଗୋଲୋରୀ, କୋଷାଧ୍ୟକ୍ଷ ଧନପତି ଇଡ଼ିଙ୍ଗ, ଆଇନଜୀବୀ ଭଗବାନ ପେଟିଆ ଏବଂ ଅର୍ଜୁନ ଖିଲଙ୍କୁ ନୂତନ ଭାବେ ଚୟନ କରାଗଲା । ଏହି ବୈଠକରେ ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲ, ମାଙ୍ଗୁଡୁ ଜାନୀ, କଡ଼ିଙ୍ଗା ମାଳି ସୁରକ୍ଷା ସମିତିର ସଦସ୍ୟ କାନୁଚରଣ କନ୍ଦପାନ, ଚିନା ମାଟି ସୁରକ୍ଷା ସମିତି, ସେରୁବନ୍ଧ ସୁରକ୍ଷା ସମିତି, ଦେଓମାଳି ପ୍ରାକୃତିକ ସୁରକ୍ଷା ସମିତି ଏହି ସବୁ ସଂଘର ସଦସ୍ୟ ଯୋଗ ଦେଇଥିବା ବେଳେ ନିରଞ୍ଜନ ଖିଲ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.