ବାଙ୍ଗାଲୁରୁରେ ନୁଆଁଖାଇ ଉତ୍ସବ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ଡାଲଖାଇ ଫାଉଣ୍ଡେସନ ପରିବାର ତରଫରୁ ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଉତ୍ସବ ବାଙ୍ଗାଲୁରୁ ଠାରେ ଧୂମଧାମରେ ପାଳିତ କରାଯାଇଛି । ସକାଳୁ ମାଁଙ୍କ ପୂଜା ପରେ ଓଡିଶାରୁ ଆସିଥିବା ନୂଆ ଚାଉଳ, ଚୂଡ଼ାକୁ ଭୋଗ ଲାଗିଲା ପରେ ସମସ୍ତେ ଏକାଠି ହୋଇ ସମସ୍ତେ ତଳେ ବସି ନୂଆ ଖାଇ ଓ ପଞ୍ଚାମୃତ ପାଇଲେ । ପରେ ସମସ୍ତେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ବାଙ୍ଗାଲୁରୁ ସ୍ଥିତ ଅନେକ ଅନୁଷ୍ଠାନମାନଙ୍କରୁ ପ୍ରାୟ ୧୦୦୦ରୁ ଅଧିକ ଲୋକ କୃଷ୍ଣରାଜପୁରମ୍‌ ସ୍ଥିତ ଆଇଟିଆଇ ଅଫିସର କ୍ଲବ ଠାରେ ଆୟୋଜିତ ନୂଆଁଖାଇ ଉତ୍ସବରେ ଯୋଗଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇସ୍ରୋ ବୈଜ୍ଞାନିକ ଡ଼ଃ. ଶରତ ଚନ୍ଦ୍ର ଦାଶ, ମେଜର ସଞ୍ଜୟ ମେହରୋତ୍ରା, ଲ୍ୟୁଟନେଣ୍ଟ ଦେବେନ୍ଦ୍ର ଗେହଲୋଟ, ରାଜେନ୍ଦ୍ର ଜୀ, ପ୍ରବୀଣ ଅଗ୍ରୱାଲ ଓ ପ୍ରିୟା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ପରିବାରର ମୁରବୀ ଯତୀନ ମିଶ୍ର ଓ ଜ୍ୟୋସ୍ନା ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହାନ ଗଣପର୍ବରେ ପାର୍ଥ ସାରଥୀ ଦାଶ, ଆଶ୍ରା ଦାଶ, ତାପସ ରାଜ ମହାରଣା, ସୂର୍ଯ୍ୟ ମହାପାତ୍ର, ରୀନା ମହାପାତ୍ର, ମାନସ ଦାଶ, ଦାଶରଥି ମିଶ୍ର, ରଞ୍ଜୀବ ରଣା, ଅଭିଜିତ ପାତ୍ର, ଶ୍ରାବଣୀ ପାତ୍ର, ମିତ୍ରଭାନୁ ମେହେର, ସୁରେଖା ମେହେର, ବନାନୀ ପାଣିଗ୍ରାହୀ, ବିନୋଦ ପଟେଲ, ଆଶା ପଟେଲ, ମନମୋହନ ପଟେଲ, ଜୟଶ୍ରୀ ପଟେଲ, ସୋନାଲି ମିଶ୍ର, ବାଞ୍ଛା ମିଶ୍ର, ସ୍ନିଗ୍ଧାରାଣୀ ମିଶ୍ର, ଶାନ୍ତନୁ ମେହେର, ଫିରୋଜ ମେହେର, ବାବୁନ ମିଶ୍ର, ଶଶିକାନ୍ତ ଦୀପ, ପ୍ରଜ୍ଞା ଦାଶ, ସଞ୍ଜୟ ବିଶି, ଲୋପାମୁଦ୍ରା ବିଶି, ଆଦିତ୍ୟ ଶତପଥୀ, ଶାନ୍ତନୁ ପଣ୍ଡା, ଆଶୁତୋଷ, ପିଣ୍ଟୁ, ସନ୍ତୋଷ, ସିଦ୍ଧାର୍ଥ, ସଞ୍ଜୀବ ପାଣିଗ୍ରାନୀ, ଡଃ. ପଙ୍କଜା, ଅଲିଭା, ରାକେଶ, ଲିପିକା ମେହେର, ବିମଳ ମିଶ୍ର, ରଞ୍ଜୁ ମିଶ୍ର, ଓମ ହୋତା, ସ୍ୱାଗତିକା ହୋତା ପ୍ରମୁଖ ଭୂମିକା ତୁଳାଇଥିଲେ । ଓଡିଶାରୁ ଶିଶୁ କଳାକାର ଅର୍ଚ୍ଚିତା ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମଧୁଲିତା ମହାପାତ୍ର, ମାଳବିକା ଜେନା, ମନୋଜ ଓ ତାଙ୍କର ଅନୁଷ୍ଠାନର କର୍ମୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ବର୍ଷକୁ ସାମାଜିକ କାର୍ଯ୍ୟ ସହିତ ନୂଆଁଖାଇ ଆହୁରି ସୁନ୍ଦର ଭାବରେ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.