csstore

ପଦ୍ମପୁର ଦୈବଜ୍ଞ ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ ନିତ୍ୟାନନ୍ଦ ପଣ୍ଡାଙ୍କ ସଭାପତିତ୍ଵରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜରେ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣମାନଙ୍କର ସାମାଜିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ସଭାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣ ମହାସଙ୍ଘର ସଭାପତି ବିନାୟକ ଗୁରୁ, ଈଶ୍ୱର ଚନ୍ଦ୍ର ଗୁରୁ, ରାଜିବ ନାୟକ, ଚୂଡ଼ାମଣି ଗୁରୁ, ଭୂତେଶ୍ୱର ଗୁରୁ, ତୁଳସୀ ପ୍ରସାଦ ମହାପାତ୍ର, ନିରଞ୍ଜନ ନାୟକ, କ୍ଷୀର ସାଗର ମହାପାତ୍ର, ଟିକେରାମ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପଦ୍ମପୁର ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣ ସାମାଜର ସମ୍ପାଦକ ଗଙ୍ଗାଧର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.