csstore

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୪ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆୟୋଜିତ, ଜିଲ୍ଲା ପ୍ରଶାସନ ଓ ସମାନ ମଙ୍ଗଳ ବିଭାଗ, ବଲାଙ୍ଗିରଙ୍କ ମିଳିତ ସହଯୋଗ ତଥା ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସହାୟତାରେ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୪ ଭୀମ ଭୋଇ ଭେଷନ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଅଧ୍ୟାପିକ, ଫୁଡ ଓ ନିଉଟ୍ରିଶନ ବିଭାଗ, ହାଇ-ଟେକ ମେଡିକାଲ କଲେଜ ଓ ହସ୍ପିଟାଲ, ହୁବନେଶ୍ବର, ଡ. ବର୍ଷାରାନୀ ନାଏକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଡ. ଏନ୍‌ ଟୁନା ସାହୁ, ପରାମର୍ଶଦାତା, ଓଡିଶା ରାଜ୍ୟ ମହିଳା ଆୟୋଗ ପ୍ରଭୃତି ବକ୍ତାଭାବେ ଯୋଗଦାନ କରିଥିଲେ । ଡ. ମିନତୀ ବେହେରା ନିଜ ଅଭିଭାଷଣରେ ଆୟୋଗଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ କୁପୋଷଣ ଦୂର କରି ମହିଳା, କିଶୋରୀ ଓ ଶିଶୁମାନଙ୍କ ସୁସ୍ଥ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବକ୍ତାମାନେ ନିନ ନିଜର ବକ୍ତବ୍ୟ ମାଧ୍ୟମରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା, କିଶୋରୀ ଓ ଶିଶୁମାନେ ଶିକାର ହେଉଥିବା କୁପୋଷଣ ଦୂର କରିବା ପାଇଁ ସଚେତନତ ବାର୍ତ୍ତା ପ୍ରଚାର କରିବା ସହ ଏନେମିଆ ମୁକ୍ତ ଭାରତ ନିର୍ମାଣ ପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଷଣ ସଂଯୋଜକ ଶାଶ୍ୱାତ ପାନିଗ୍ରାହୀ ଉପସ୍ଥିତ ରହି ଜିଲ୍ଲାରୁ କୁପୋଷଣ ଦୂର କରି ରକ୍ତହୀନତା ରୋଗ ଦୂର କରିବା ନିମିତ୍ତ ସଚେତନତା ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା ସୁଷମ ଖାଦ୍ୟର ପ୍ରଦର୍ଶିନୀ ଷ୍ଟଲ ଓ ବାର୍ତ୍ତା ପ୍ରଚାର କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରକଳ୍ପ ଅଧିକାରୀ, ପରିଦର୍ଶୀକା, ପୋଷଣ ସଂଯୋଜକ, ଅଙ୍ଗନୱାଡି କର୍ମୀ, ସହାୟୀକା, ମହିଳା, କିଶୋର ବାଳକ, ବାଳିକା ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶାଶ୍ୱାତ ପାନିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରାଜ୍ୟ ମହିଳା ଆୟୋଗର ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟଳୟର ଶ୍ରୀମତୀ ମିନତୀ ମିଶ୍ର ଏବଂ ସୁଶ୍ରୀ ଶିବାନୀ ଠାକୁର ସଭା କାର୍ଯ୍ୟ ପରିଚାଳନରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.