ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୨ ବର୍ଷର ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ଯୁବକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ ବୋଲି ଜଣାପଡିଛି । ଶୁକ୍ରବାର ରାତ୍ରରେ କୌଣସି କାରଣ ବଶତଃ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଯୁବକ ଜଣକ ନିଜ ବାରିପଟେ ଗଛରେ ଆତ୍ମହତ୍ୟା କରିଥିଲେ । ଏନେଇ କ.ନୂଆଗାଁ ପୋଲିସ ୟୁଡ଼ି କେଶ ନଂ.୦୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବିଷୟ କ.ନୂଆଗାଁ ଥାନା ଅଧିକାରୀ ପି.ସ୍ୱରୂପ କ୍ରିଷ୍ଣା ସୂଚନା ଦେଇଛନ୍ତି । ଶବକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.