csstore

କପିଲାଭଟାରେ କିର୍ତ୍ତନ ଧାରା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ କିର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କପିଲାଭଟା ସରପଂଚଙ୍କ ପ୍ରତିନିଧି ତେଜରାଜ ଭୋଇ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ମାଁ ସାହାଜୀ ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ, ନାଏବ ସରପଂଚ ଝସକେତନ ସାହୁ, ସାମ୍ବାଦିକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅଞ୍ଚଳରେ ସଂକୀର୍ତ୍ତନକୁ ପୁନଃରୁଦ୍ଧାର କରିବା ପାଇଁ ମତପ୍ରକାଶ ପାଇଛି । ଏଥିରେ ଅଞ୍ଚଳର ପରିଚିତ ଗାୟକ ରାସବିହାରୀ ଘିଭେଲା, ମହାଦେବ ସୁନାନୀ, ବିକାଶ ଖମାରୀ, ବାହକ ପ୍ରଶାନ୍ତ ପଶାୟତ, ଅଭିମନ୍ୟୁ ମାଝୀ ପ୍ରମୁଖ ଅଂଶଗ୍ରହଣ କରି ନିଜ କଳାକୁ ପରିବେଷଣ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଓ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମି ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗିତା ହଂସ, ଜେମାମଣି ପୁଞ୍ଜି, ମମତା ବିଶି, ଭୁଜାଙ୍ଗିନୀ ହଂସ, ଶଶି ହଂସ, ସବିତା ନାଏକ, ସୁମିତ୍ରା ଚିରାଗୁନ, ଲିଲି ହଂସ, ଅଶୋକ କୁମାର ବିଶି, ପ୍ରେମଲାଲ ହଂସ, ନରଫଲ ହଂସ, ପ୍ରଫୁଲ୍ଲ ବିଶି, ହରିହର ବିଶିଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.