ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ବିଜେପି ପକ୍ଷରୁ ସ୍ଥାନୀୟ ରାଜ ଖମାର ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଦିନଦୟାଲଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଓ ଦୀପ ପ୍ରଜ୍ୱଳନ କରିଥିଲେ । ପରେ ପଣ୍ଡିତ ଦିନୟାଲଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପାଟଣାଗଡ ଅଞ୍ଚଳର ବହୁ ବିଜେପି କର୍ମୀମାନେ ଯୋଗ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ ପାଇ ନିଜ ମୋବାଇଲରେ କିଛି ସଦସ୍ୟତା ଗ୍ରହଣ କରିଥିଲେ । ୧୦୦ ଜଣ ସକ୍ରିୟ କର୍ମୀ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.