ମା’ ଭଗବତୀଙ୍କ ଶାରଦୀୟ ପୂଜା

କଟକ, (କେପିଏନ୍‌ଏସ୍‌) : ଆରମ୍ଭ ହୋଇଛି ପାର୍ବଣ ପକ୍ଷ । ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶାରଦୀୟ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ କଟକ ଜିଲ୍ଲା ସାଲେପୁର ବଟେଶ୍ୱର ଗାଁରେ ଅବସ୍ଥିତ ଅନ୍ୟତମ ଶକ୍ତି ପୀଠ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ଙ୍କର ବିଭିନ୍ନ ନୀତିକାନ୍ତି ମଧ୍ୟରେ ମା’ ପୂଜା ପାଉଥିବା ବେଳେ ପ୍ରତ୍ୟେକ ଦିନ ମା’ଙ୍କୁ ବିଭିନ୍ନ ବେଶରେ ଭକ୍ତମାନେ ଦର୍ଶନ କରିବେ ବୋଲି ମୁଖ୍ୟ ପୂଜକ କୁହନ୍ତି । ଅନ୍ୟପଟେ ସାଲେପୁର ଅଞ୍ଚଳରେ ମା’ ଭଗବତୀ ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା ପାଇ ଆସୁଛନ୍ତି । ଏହି ସର୍ବପୁରାତନ ପୀଠରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାରଦୀୟ ପୂଜା ପାଇଁ ପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଭକ୍ତି ଓ ଶ୍ରଦ୍ଧା ସମର୍ପଣ କରି ମା’ଙ୍କ ଆଶୀର୍ବାଦ କାମନା କରୁଛନ୍ତି ଭକ୍ତ ମାନେ ।

Leave A Reply

Your email address will not be published.