ଟ୍ରକ୍‌କୁ ଧକ୍କା ଦେଲା କାର୍‌ : ୭ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : ଗୁଜରାଟ ସାବରକଣ୍ଠା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୭ ଜଣ ମୃତ । ସୂଚନା ମୁତାବକ, କାର୍‌ରେ ଥିବା ସମସ୍ତେ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦରୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ କାର୍‌ଟି ଦୃତ ଗତିରେ ଆସି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇ ଟ୍ରକ୍‌ ଭିତରକୁ ପଶି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍‌ଦ୍ଧାର କରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.