ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) :  ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଅବସରରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ଦ୍ୱାରା ‘ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା’ ଶୀର୍ଷକ ଏକ ଆଲୋଚନା ଚକ୍ର ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ସ୍ୱେଚ୍ଛାସେବୀମାନଙ୍କର ନାମ ପଞ୍ଜିକରଣ ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନା ଏହି ଅବସରରେ ସଭାପତି ଭାବରେ ଉପସ୍ଥିତ ରହି ଉକ୍ତ ଦିବସର ମହତ୍ତ୍ଵ ଏବଂ ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଦର୍ଶ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛତାକୁ ସ୍ୱଭାବରେ ଏବଂ ସଂସ୍କାରରେ ପରିଣତ କରିବାପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ କରିଥିଲେ । ସେବା ପାଇଁ ସମର୍ପିତ ସଂଗଠନ ସହ ଯୋଡ଼ି ହୋଇ ଛାତ୍ର ଜୀବନକୁ ପୂର୍ଣ୍ଣତା ଦେବାପାଇଁ ପ୍ରେରିତ କରିଥିଲେ । ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ପାଟ୍ଟଶାଣୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା ବେଳେ ସହଯୋଗୀ ପ୍ରୋଗ୍ରାମ ଅଫିସର ରଶ୍ମିପ୍ରଭା ମଥାନ ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅଜୟ ଗୌଡ଼, ସୌମ୍ୟରଞ୍ଜନ ମହାନ୍ତି, ଗୌରବ ସାହୁ, ଅରୁଣ ମହାନ୍ତି, ସୁଶ୍ରୀ ରେଖା ବେହେରା, ଲିପ୍ସା ବଳିୟାରସିଂହ, ଇଞ୍ଜିଲା କୁଜୁର, ବିରଞ୍ଚି ବାରିକ, ଦେବସ୍ମିତା ପଟ୍ଟନାୟକ, ଶ୍ରେୟା ବାଗ, ଆନିମା ମୁଣ୍ଡା, ଅଶୋକ କିଷାନ, ଛବିଳ ସେଠୀ, ଅଭିଷେକ ପରିଡ଼ା ପ୍ରଭୃତି ସ୍ୱେଚ୍ଛାସେବୀ ଭାବରେ ସେମାନଙ୍କର ଅତୀତ ଅନୁଭବକୁ ବାଣ୍ଟିଥିଲା ବେଳେ ପୂଜା କୁସୁମ, ସୁମାନ୍ତି ଏକ୍କା, ଆରସୀ ସେନାପତି ପ୍ରଭୃତି ସ୍ୱେଛାସେବୀ ଦେଶାତ୍ମବୋଧକ ଏବଂ ଭକ୍ତିରସାତ୍ମକ ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ । ତପସ୍ଵିନୀ କୁମ୍ଭାର, ସୋନାଲି ମହାନନ୍ଦ, ସଂଧ୍ୟା ରାଣୀ ବେହେରା, ରୋହିତ ବେବର୍ତ୍ତା, ବିକି ନାଗ, ଜ୍ୟୋତ୍ସ୍ନା ଏକ୍କା, ହିମାଂଶୁ ନାୟକ, ଚାନ୍ଦିନୀ ସେଠୀ, ମନୀଷା କେର୍କେଟା, କିରନ ପ୍ରଧାନ, କରିସ୍ମା ନାୟକ ପ୍ରମୁଖ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!