ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ଜମୁଛି ପାଣି, ଓଭରବ୍ରିଜ ପାଣି ନିଷ୍କାସନ ପାଇଁ ହୋଇନି ଡ୍ରେନେଜ୍ ବ୍ୟବସ୍ଥା, ଲୋକେ ହଇରାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ଯିବା ଆସିବା ସହଜ କରିବା ପାଇଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ନିର୍ମାଣ କରାହେଲା । କିନ୍ତୁ ପରିତାପର ବିଷୟ ଯେ ଏହି ରେଳ ଓଭରବ୍ରିଜ ଉପରେ ବର୍ଷା ହେଲେ ପାଣି ଜାମ ହୋଇଯାଉଛି । ଯାତାୟାତ ସମୟରେ ଲୋକଙ୍କ ଉପରକୁ ପାଣି ଛିଟୁକୁଛି । ସେହିପରି ଓଭରବ୍ରିଜ ତଳକୁ ପାଣି ନିଷ୍କାସନ ପାଇଁ କୌଣସି ପାଇପ ବ୍ୟବସ୍ଥା ନ ଥିବା ଯୋଗୁଁ ଓଭର ବ୍ରିଜ ଉପରେ କରାଯାଇଥିବା ହୋଲ୍ ପଟେ ପାଣି ତଳକୁ ଆସି ତଳ ପଟେ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ପଡୁଛି । ଏହି ପାଣି ପଡି ବହୁତ ଲୋକ ଇନଫେକସନର ଶିକାର ମଧ୍ୟ ହୋଇଛନ୍ତି । ସେହିପରି ପାଣି ଜାମ ଯୋଗୁଁ ବ୍ରିଜ ଉପରେ ମଧ୍ୟ ପ୍ରଭାବ ପଡ଼ିବା ସୁନିଶ୍ଚିତ । ଦୁର୍ଭାଗ୍ୟର ବିଷୟ ଏହି ଓଭରବ୍ରିଜ ନିର୍ମାଣର କିଛି ବର୍ଷ ଭିତରେ ରାସ୍ତା ଉପରେ ଲୁହା ରଡ ଦିଶିଲାଣି । ଚଲା ପଥର କିଛି ସ୍ଥାନରେ ଟାଇଲ ବି ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି । ଏଠାରେ ପ୍ରଶ୍ନ ଉଠେ ଯେ ଏହି ରେଳ ଓଭରବ୍ରିଜ ରକ୍ଷଣା ବେକ୍ଷଣ କାହା ହାତରେ ? ରେଳ ଓଭର ବ୍ରିଜ ନିର୍ମାଣ ବେଳେ କଣ ଉପର ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ପ୍ଲାନ୍ କରାଯାଇ ନ ଥିଲା କି ? ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଧୃତରାଷ୍ଟ୍ର ସାଜିଛି ପ୍ରଶାସନ । ନେତାଙ୍କ କାମ ହେଲା କେବଳ ନିର୍ମାଣ କି ? ତାହାର ଯତ୍ନ ନେବା କାହାର ଦାୟିତ୍ଵ ? ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ଅଶ୍ଵିନୀ ପଣ୍ଡା, ଚକ୍ର ପଟ୍ଟନାୟକଙ୍କ ସହ ବହୁତ ଲୋକ ଦାବି କରିଛନ୍ତି । ଏହି ଅସୁବିଧା ବିଷୟରେ ବିଭିନ୍ନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ସହ ପ୍ରଶାସନ ଓ ନେତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.

error: Content is protected !!