ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭାଜପା ମଣ୍ଡଳ ସଭାପତି ପିତାମ୍ବର କଣ୍ଟା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ୭୦ ଜଣ ସ୍ୱଚ୍ଛାକୃତ ରକ୍ତଦାନ କରିଥିବା ବେଳେ ଆଗଲପୁର ଯୁବମୋର୍ଚ୍ଚା ସଭାପତି ପ୍ରେମାନନ୍ଦ ପଧାନ ଓ ଡୁଡୁକା ମଣ୍ଡଳ ସଭାପତି ଲୁକାରାମ ସାହୁ ରିଙ୍କୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ସଂପାଦକ ଉତ୍ତମ ନାଏକ ଓ ଯୁବ ସାମାଜିକ କାର୍ଯ୍ୟକର୍ତ୍ତା ଅସୀମ କୁମାର ସାହୁ ସଂଯୋଜନା କରିଥିଲେ । ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ. ଧୀରେନ୍ଦ୍ର ମେହେରଙ୍କ ନେତୃତ୍ୱରେ ଅଭିଜ୍ଞ ରକ୍ତଦାନ ଶିବିର ଆୟୋଜକ ମୃତ୍ୟୁଞ୍ଜୟ ସାହୁ ପରିଚାଳନା କରିଥିଲେ । ସିଏଚ୍‌ସି ଫାର୍ମାସିଷ୍ଟ ବିଜୟ ମେହେର, ଆଗଲପୁର ଗୋଷ୍ଠୀ କାର୍ଯ୍ୟକ୍ରମ ସଂଗଠକ ସନ୍ତୋଷ ଦୋରା, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ନରେନ୍ଦ୍ର କୁମ୍ଭାର, ଚୂଡାପାଲି ବିପିଏମ୍ ପ୍ରବୀର ମେହେର, ଆଗଲପୁର ଏମ୍‌ଟିଏସ୍ ମନୋଜ ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରିନବଚନ ସରପଞ୍ଚ ପ୍ରତିନିଧି ଚମ୍ପେଶ୍ୱର ଦୋରା, ରୋହିଣୀକାନ୍ତ ସାହୁ, ସଞ୍ଜୟ ମେହେର, ମଣ୍ଟୁ ମେହେର, ଖଗେଶ୍ୱର ନାଗ, ସୁକେଶ ଥପା ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!