csstore

ବିଞ୍ଝାଲ ସମାଜ ଯୁବଗୋଷ୍ଠୀ ପକ୍ଷରୁ ବୈଠକ

  • ମଦ ହିଁ ଯୁବ ଗୋଷ୍ଠୀକୁ ବିପଥଗାମୀ କରୁଛି ।
  • ମଦରୁ ନିବୃତ୍ତ ରହିବାକୁ ଆହ୍ୱାନ ।

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ଯୁବ ଗୋଷ୍ଠୀ ଦ୍ଵାରା ଆଜି ପାଇକମାଲ ନିକଟସ୍ଥ ନୃସିଂହନାଥ ମନ୍ଦିର ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମାଜିକ ସଂସ୍କୃତି, ପରମ୍ପରା, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ତଥା ବିଞ୍ଝାଲ ସମାଜର ଉନ୍ନତି ଉପରେ ଗୁରୁତ୍ଵ ଦିଆଯାଇଥିଲା । ତତ୍ ବ୍ୟତୀତ ନାରୀ ସୁରକ୍ଷା ଓ ଏହାର ସଶକ୍ତିକରଣ କିପରି ହେବା ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସମାଜରେ ବଢୁଥିବା କୁସଂସ୍କାର ତଥା ଯୁବଗୋଷ୍ଠୀଙ୍କୁ ନିଶା ହିଁ ବିପଥଗାମୀ କରୁଛି ଏଣୁ ମଦରୁ ନିବୃତ୍ତ ରହିବା ପାଇଁ ଦୃଢ଼ ସଂକଳ୍ପ ନିଆଯାଇଥିଲା । ଏହି ବୈଠକରେ ନୂଆପଡ଼ା ଜିଲ୍ଲାରୁ ସହିଦ୍ ମାଧୋସିଂ ବରିହା ଜିଲ୍ଲା ସଂଗଠନ ପକ୍ଷରୁ ତୁଳସୀ ରାମ ବରିହା, ବାବୁଲାଲ ବରିହା, ମୋତିରାମ ବରିହା, ଅମୃତ ବରିହା ବରଗଡ଼ ଜିଲ୍ଲାରୁ ପ୍ରକାଶ ଚନ୍ଦ୍ର ବରିହା, ଦୁର୍ଯ୍ୟେଧନ ବରିହା, ଲକ୍ଷ୍ମୀକାନ୍ତ ବରିହା, ମାନସ ରଞ୍ଜନ ବରିହା, ଭିମ ବରିହା, ଝସକେତନ ବରିହା, ଉମାକାନ୍ତ ବରିହା, ସୌଦାଗର ବରିହା, ପ୍ରହଲ୍ଲାଦ ବରିହା, ବୃନ୍ଦାବନ ବରିହା, ବିଶ୍ଵଜିତ ବରିହା, ରମେଶ ସିଂ ବରିହା, ବଲାଙ୍ଗିର ଜିଲ୍ଲାରୁ ଯଶୋବନ୍ତ ବରିହା ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.