oom

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧପାଲିପଡ଼ାକୁ ଏନ୍‌କ୍ଵାସ୍ ପ୍ରମାଣପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧପାଲିପଡ଼ା ବଲାଙ୍ଗିରକୁ ଜାତୀୟ ସ୍ତରରେ (ଜାତୀୟ ଗୁଣ ବତ୍ତା ନିଶ୍ଚିତତା) ଏନ୍‌କ୍ୱାସ୍ ମାନକ ପ୍ରମାଣ ପତ୍ର ମିଳିଛି । ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ନନ୍ଦକିଶୋର ପାଢ଼ୀ ଷ୍ଟାଫ୍ ସୁମନ ଭାଟି ଜାଗ୍ରତ ପାଣିଗ୍ରାହି, ସନ୍ତେଷିନୀ କରଣ, ରାଧାକାନ୍ତ ନାଏକ ଏବଂ ସ୍ୱାସ୍ଥ୍ୟ ମିଶନର ଜିଲ୍ଲାସ୍ତରୀୟ ଡା. ଦିବ୍ୟକିଶୋର୍ ପତି (ଡି. ପି. ଏଚ୍‌. ଓ) ମୃତୁଞ୍ଜୟ ମୁଣ୍ଡ (ଡି. ପି. ଏମ୍‌. ଓ. ରାମାନୁଜ ପଣ୍ଡା (ଏପିଏମ୍‌) ଉପସ୍ଥିତ ରହି ଜିଲ୍ଲାପାଳ ଗୌରବ ଶିବାଜି ଏନ୍‌କ୍ଵାସଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ପୂର୍ବରୁ ୧୯.୦୮.୨୦୨୪ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ଏକ ଟିମ୍‌ ଡା. ଆଶିଷ ଘୋଷ ଦା ତୃପ୍ତି ନନ୍ଦ ନିରୀକ୍ଷକ ଭାବେ ଆସି ୧୨ ପ୍ରକାରର ସ୍ୱାସ୍ଥ୍ୟ ସେବା ଓ ସ୍ୱଚ୍ଛତା ଆଦି ବିଷୟରେ ନିରୀକ୍ଷଣ କରି ୧୦୦ରୁ ୮୮.୭୫ ମାର୍କ ଦେଈ ଚୟନ କରିଥିଲେ । ସେହି ଆଧାରରେ ସ୍ୱାସ୍ଥ୍ୟ କେନ୍ଦ୍ର ପୁରସ୍କୃତ ହୋଇଚି । ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ସଂସ୍ଥା ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଆହୁରି ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ କହିଛନ୍ତି ।

jittmm
Leave A Reply

Your email address will not be published.